ଛୋଟ ଜାତିକୁ ନେଇ ଆକ୍ଷେପ ; କଥା କଟାକଟି ପରେ ୨ ଟି ବୋମା ମାଡ଼, ଜଣେ ଗୁରୁତର ଦୁଇ ଜଣ ଆହତ
ଜଟଣୀ :- ଶୁକ୍ରବାର ରାତ୍ରରେ ଜଟଣୀ ର ପଦନପୁର ଛକରେ ଫୁଟିଛି ଦୁଇଟି ବୋମା। ଗ୍ରାମର ଅସବର୍ଣ୍ଣ ଜାତିର ପରିବାର ଯାତ୍ରା ଦେଖିବାକୁ ଯିବା ସମୟରେ ଗ୍ରାମର ସବର୍ଣ୍ଣ ଜାତିର ଯୁବକ ଜାତିଆଣ କୁ ଆକ୍ଷେପ କରି କଥା କଟା କଟି ହେବା ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା।ବୋମା ବିସ୍ଫୋରଣ ରେ ଦୁଇଜଣ ଆହାତ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଆହାତ ହେଇଛନ୍ତି।ଗୁରୁତର ନାବାଳକ ଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ଏବଂ ପରେ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରା ଯାଇଛି।ବୋମା ବିସ୍ଫୋରଣ ରେ ସ୍ଥାନୀୟ ଲୋକ ଅଭିଯୁକ୍ତ କୁ ଧରିବା ପ୍ରତିବାଦରେ ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା କୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଜା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ବୁଦ୍ଧିଜୀବୀଙ୍କ ମତରେ ଆଜିର ଆଧୁନିକ ଯୁଗରେ ଜାତିଆଣ ଭାବକୁ ନେଇ ଛୋଟ ଜାତି ଏବଂ ବଡ଼ ଜାତି ମଧ୍ୟରେ ପ୍ରଭେଦ ସୃଷ୍ଟି କରିବା କେତେଦୂର ଯାତାର୍ଥ ତାହା ଚିନ୍ତାର ବିଷୟ l ଯେଉଁମାନେ ଏହି ଜାତିଆଣ ଭାବକୁ ନେଇ ଆକ୍ଷେପ ପ୍ରତିଆକ୍ଷେପ କରି ବୋମା ବିସ୍ଫୋରଣ କରି ଗ୍ରାମରେ ଯେଉଁ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛନ୍ତି ସେହି ଯୁବକ ମାନେ ଗ୍ରାମର ଜଣେ ଜଣେ ଅସମାଜିକ ଯୁବକ ବୋଲି ମତ ପ୍ରକାଶ ପାଇଛି l ପୂର୍ବରୁ ଦୁର୍ବୁତ୍ତ ମାନଙ୍କ ନାମରେ ଜଟଣୀ ଥାନାରେ ଅନେକ ଅପରାଧିକ ମାମଲା ଥାଇ ପରେ ବୋଲି ଗ୍ରାମର କିଛି ବରିଷ୍ଠ ନାଗରିକ ମାନେ କହିଛନ୍ତି। ଏହି ମାମଲାରେ ଜଟଣୀ ଥାନାର ଭାରପ୍ରାପ୍ତ ଅଧିକାରୀ ଦୁଇ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଉଥିବା ପ୍ରକାଶ l ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୩/୨୦୨୬----୭,୨୫ Sakhigopal News,7/3/2026
