ads

Breaking News

ଆହତ ସାମ୍ବାଦିକକୁ କୁନି ଝିଅର ସହାୟତା

ବରୀ- କିଛିଦିନ ତଳେ ଏକ ସଡକ ଦୃର୍ଘଡଣାରେ ଗୁରୁତର ଆହତ ହୋଇ ଛିକିସ୍‌ôିତ ହେଉଥିବା ଯାଜପୁର ଯୁବ ସାମ୍ବାଦିକ ବିଜୟ ସମର ଶରଣକୁ ବରୀ ଥାନାର କାର୍ଯ୍ୟରତ ଗୃହରକ୍ଷୀ ରଂଜନ କୁମାର ମଲ୍ଲିକଙ୍କ କୁନି ଝିଅ ଭାଗ୍ୟଲକ୍ଷ୍ମୀ ମଲ୍ଲିକ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିଛନ୍ତି । ଭାଗ୍ୟଲକ୍ଷ୍ମୀଙ୍କୁ ତାଙ୍କ ବାପା ଦୈନଦିନ ଦେଉଥିବା ବ୍ୟକ୍ତିଗତ ପକେଟ ଖର୍ଚ୍ଛକୁ ଗଛିତ ରଖିଥିଲାବେଳେ ବାପାଙ୍କ ଫେସବୁକରୁ ଜୈନେକ ସାମ୍ବାଦିକ ଦୃର୍ଘଟଣା ଶିକାର ହୋଇ ଚିକିତ୍ସତି ହେଉଥିବା ଜାଣିବା ପରେ ନିଜ କୁମ୍ପିରେ ରଖିଥିବା ଟଙ୍କାକୁ ଆହତ ସାମ୍ବାଦିକଙ୍କୁ ଦେବା ପାଇଁ ଚାହିଥିଲେ । ବାପା ମାଙ୍କ ସାଙ୍ଗରେ ଆସି ବରୀ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ହିମାଂଶୁ ଦାଶଙ୍କ ମାଧ୍ୟମରେ ସଂଚିତ ଟଙ୍କାକୁ ତାଙ୍କ ଆଶୁ ଆରୋଗ କାମନା କରି ଆହତ ସାମ୍ବାଦିକଙ୍କ ପତ୍ନୀଙ୍କ ଜମାଖାତକୁ ପଠାଇଥିବାର ଜଣାପଡିଛି । ଜଣେ କୋମଳମତି ଶିଶୁର ମାନବିକତା ଅନ୍ୟମାନଙ୍କ ପାଇଁ ଆଗାମୀ ଦିନରେ କେବଳ ଗଣମାଧ୍ୟମ ପ୍ରତିନିଧି ନୁହେଁ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ବୋଲି ବହୁ ବୃଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି ।
ଯାଜପୁର ବରୀ - ଦର୍ଶନ ବେହେରା

ads

Blog Archive

Popular Posts