ବାହାର ରାଜ୍ୟକୁ ଗଂଜେଇ ଚାଲାଣ ପାଇଁ ସଜବାଜ ବେଳେ ପୋଲିସ ର ଚଢ଼ାଉ :-
କନ୍ଧମାଳ --କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରୁ କର୍ଣ୍ଣାଟକ କୁ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢ଼ାଉ କରିଛି l ଦାରିଙ୍ଗିବାଡ଼ି ଛକ ନିକଟରୁ 21 କେଜି ଗଂଜେଇ ଜବତ କରିଛି କ.ନୂଆଗାଁ ପୋଲିସ l କର୍ଣ୍ଣାଟକ ର ବିଜାପୁର ଜିଲ୍ଲା ମୁଦେବାହାଲ ଥାନା ଅଂଚଳ ର ସଜିଦ ମହମ୍ମଦ ସାୟଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ତେବେ ଅଭିଯୁକ୍ତ ଗଂଜେଇ ବ୍ୟାଗ ରଖି ଦାରିଙ୍ଗିବାଡ଼ି ଛକ ରେ ବସ ଅପେକ୍ଷା କରିବା ସମୟରେ କ.ନୂଆଗାଁ ପୋଲିସ ଚଢ଼ାଉ କରିଥିଲା l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୭/୩/୨୦୨୬---୭,୨୫ Sakhigopal News,7/3/2026
