ads

Breaking News

ମୁଣ୍ଡମୁହାଁଣରେ ବାବା ଗ୍ରାମେଶ୍ବର ଦେବଙ୍କ ଜମାଣ ଯାତ୍ରା ଅନୁଷ୍ଠିତ



ଜଟଣୀ :---ଖୋରଧା ଜିଲ୍ଲାର ଜଟଣୀ ବ୍ଲକ୍ ଅଧିନସ୍ଥ ମୁଣ୍ଡମୁହାଁଣ ଗ୍ରାମରେ ଗତ ଶୁକ୍ରବାର ବାବା ଗ୍ରାମେଶ୍ଵର ଦେବଙ୍କ ଦୋଳ ଜମାଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଠାରେ ସୂଚନା ମୁତାବକ ପ୍ରତି ବର୍ଷ ପରି ଏ ବର୍ଷ ବହୁ ଆଡମ୍ବରପୂର୍ଣ୍ଣ ଭାବରେ ଜମାଣ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା।ଏ ନେଇ ପୂର୍ବରୁଗ୍ରାମେଶ୍ବର ଦେବଙ୍କ ମେଳଣ ପଡିଆ ସଫା ସୁତୁରା କରାଯିବା ସହ ଟେଣ୍ଟ୍‌ ବନ୍ଧା,ଦୋକାନ ଘର, ଯାତ୍ରା ପେଣ୍ଡାଲ ଓ ଭଜନ ପେଣ୍ଡାଲ ସହ ପାକିଂ ସ୍ଥଳ, ଭକ୍ତଙ୍କଗମନାଗମନ ସୁବିଧା, ସୁସଜ୍ଜିତ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଆଖ ପାଖରବିଭିନ୍ନ ଗ୍ରାମ ଯଥା:-ର୍ନପୁଟ,ମହୁରା,ତମାଣ୍ଡୋ,ସମେତ ବହୁ ଠାକୁର ସୁସଜ୍ଜିତ ଦୋଳବିମାନରେ ଆସିଥିଲେ। ସ୍ଥାନପତି ଗ୍ରାମେଶ୍ବର ଦେବ ଏକ ସୁସଜ୍ଜିତ ବିମାନରେ ବିଜେ କରି ଭକ୍ତଙ୍କ ଗହଳିରେ ଡିଜେ,ଆତସବାଜି,ଶିଘଂବାଦ୍ୟ,ଘୋଡା ନାଚ,ଅଘୋରିଲୋକ ନୃତ୍ୟ ପରିବେଷଣ ସହ ଗ୍ରାମ ପରିକ୍ରମା କରି ମେଳଣ ପଡ଼ିଆରେ ପହଁଞ୍ଚିଥିଲେ।ଏହା ପରେ ଅପେରା ଯାଜ୍ଞସେନୀର ନାଟକ ପରିବେଷଣ ହୋଇଥିଲା। ଏହି ଅପେରାର ନାଟକ ତିନି ଦିନ ଧରି ଚାଲୁରହିବ। ଆସନ୍ତାସୋମବାର ଦିନ ମେଳଣ ତଥା ହରିହର ଭେଟ କାର୍ଯ୍ୟକ୍ରମ ଦିବା ୧୧.୩୦ ଘଟିକାସମୟରେ ଅନୁଷ୍ଠିତ ହେବାର ଅଛି ବୋଲି ମେଳଣ କମିଟି ପକ୍ଷରୁ ଜଣାଇ ଦିଆଯାଇଛି । ଆଖ ପାଖର ଏକାଧ୍ଵ ଗ୍ରାମରୁ ହଜାର ହଜାର ଭକ୍ତଙ୍କ ସମାଗମହେବାର ପୂର୍ବାନୁମାନ କରାଯାଇଛି। ଏହାକୁ ଆଖ୍ ଆଗରେ ରଖ୍ ପ୍ରଶାସନ ଆଗୁଆ ସଜାଗ ରହିଅଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୭/୩/୨୦୨୬---୭,୧୦ Sakhigopal News,7/3/2026

ads

Blog Archive

Popular Posts