ଇଫତାର ପାର୍ଟି ରେ ଭାଇଚାରା ର ବାର୍ତ୍ତା ବାଣ୍ଟୁଛନ୍ତି ବିଜେଡି ନେତା
କନ୍ଧମାଳ --- ପବିତ୍ର ରମଜାନ ମାସ ଅବସରରେ ବାଲିଗୁଡା ଜାମିଆ ମସଜିଦ ରେ ବିଜେଡି ପକ୍ଷରୁ ଇଫତାର ପାର୍ଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି l ଏହି ଇଫତାର ପାର୍ଟି ରେ କନ୍ଧମାଳ ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକତା ଓ ଭାଇଚାରା ର ବାର୍ତ୍ତା ବାଣ୍ଟିଛନ୍ତି l ସମସ୍ତ ମୁସଲିମ ସମ୍ପ୍ରଦାୟ ର ଭାଇ ଭଉଣୀ ଙ୍କୁ ରମଜାନ ମାସ ର ଶୁଭେଚ୍ଛା ଜଣେଇଛନ୍ତି ବିଜେଡି ଜିଲ୍ଲା ଉପସଭାପତି l ଏଥିସହ ଭାଇଚାରା ର ସହର ବାଲିଗୁଡା ରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପବିତ୍ର ଇଦ ପର୍ବ ପାଳନ କରିବା କୁ ସନ୍ଦେଶ ଦେଇଛନ୍ତି ଜିଲ୍ଲା ବିଜେଡି ଉପସଭାପତି ଟୁନା ଦାସ l ଏହି ଇଫତାର ପାର୍ଟି ରେ ବିଜେଡି ଜିଲ୍ଲା ସମ୍ପାଦକ ପ୍ରମୋଦ ସାହୁ,ପୂର୍ବତନ କାଉନସିଲର ବରୋଦା ପ୍ରସାଦ ମିଶ୍ର, ବିଜେଡି ନେତା ରାମେଶ୍ୱର ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇ ଶୁଭେଚ୍ଛା ଜଣାଇଥିଲେ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୭/୩/୨୦୨୬---୭,୩୫ Sakhigopal News,7/3/2026
