ads

Breaking News

ବିଜୁ ଜନତା ଦଳରେ ଯୋଗ ଦେଲେ ୪୦ଜଣ ବିଜେପି କର୍ମୀ

ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ.ଏ.ସି ଅନ୍ତର୍ଗତ ଜାରିଙ୍ଗିର ପ୍ରାୟ ୪୦ ଜଣ ବିଜେପି କର୍ମୀ  ବିଜେଡିରେ ଯୋଗ ଦେଇଛନ୍ତି ।ସମସ୍ତ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ,ଆଦର୍ଶଏବଂ  ନୟାଗଡ଼ ବିଧାୟକ ତଥା ମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ ଏବଂ ବିକାଶ ମୂଳକ କାର୍ଯ୍ୟରେ ଶତମୁଖ ହୋଇ ସେମାନେ ଯୋଗ ଦେଇଛନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ସୂଚନା ଦେଇଛନ୍ତି ।ସେମାନଙ୍କ ମଧ୍ୟରୁ ସର୍ବସମ୍ମତି କ୍ରମେ ଗାଣ୍ଡୁ ବାରିକ ସଭାପତି ଭାବେ ଚୟନ ହୋଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ବିଶ୍ବାଳ ,ବରିଷ୍ଠ କର୍ମୀ କୃଷ୍ଣ ଚନ୍ଦ୍ର ବରାଡ଼ ଉପସ୍ଥିତ ଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts