ads

Breaking News

ଫନି କ୍ଷତିଗସ୍ତ ଅସହାୟ ପୀଡିତ ମାନଙ୍କୁ ନ୍ୟାୟ ନ ମିଳିବାରୁ ବିକ୍ଷୋଭ ଓ ଧାରଣା

ସାକ୍ଷୀଗୋପାଳ----ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ  ବିଭିନ୍ନ ଗ୍ରାମରେ ଫନି କ୍ଷତିଗସ୍ତ ଅସହାୟ ପରିବାର ଚିହ୍ନଟ ତାଲିକାରେ ଘୋର ଦୁର୍ନିତୀ  କରାଯାଇଛି । ଚାଳ ଘର ଲୋକର ଛାତଘର ଦେଖାଯାଇଛି, ଛାତ ଘର ଲୋକମାନେ ଫନିରେ ସମ୍ପର୍ଣ୍ଣ କ୍ଷତିଗସ୍ତ ହୋଇଥିବା ସତ୍ୟବାଦୀ ବ୍ଳକରେ ତାଲିକା ପ୍ରସ୍ତୁତି କରାଯାଇଥିବା ଅଭିଯୋଗ ମାନ ହୋଇ ଆସୁଛି । ଏହାକୁ ନର୍ଜର କରି ଫନି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି , ସତ୍ୟବାଦୀ ପକ୍ଷରୁ ୬ ଦଫା ସମ୍ମଳିତ ଏକ ଦାବି ପତ୍ର  ପୁରୀ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଦାବୀ ପତ୍ର ଦେବା ସହ ଅବଗତ କରାଇଥିଲେ । ସାତ ଦିନ ମଧ୍ୟରେ ଉକ୍ତ ଦାବୀ ପୁରଣ କରାନ ଗଲେ କିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ, ଧାରଣା ଓ ଅନଶନ ସତ୍ୟବାଦୀ ଠାରେ କରାଯିବ ବୋଲି ଜଣାଇ ଦିଆଯାଇଥିଲା । ମାତ୍ର ଜିଲ୍ଲାପ୍ରଶାସନ ଏମାନଙ୍କ ଦାବୀ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ଅପରାହ୍ନରୁ ସତ୍ୟବାଦୀ ଓଭରବିଜ ତଳେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳଙ୍କ ନେତୃତ୍ୱରେ କିମିଟିର ଉପସଭାପତି ଶରତ ଚନ୍ଦ୍ର ପ୍ରଧାନଙ୍କ ସହିତ ଭରତ ସାହୁ, ଛବି ପ୍ରଧାନ, ବିଷ୍ଣକୁମାର ନାୟକ,  ମଙ୍ଗୁଳି ବିଶ୍ୱାଳ, ଲକ୍ଷ୍ମୀପିୟା ପ୍ରଧାନ, ବିଷ୍ଣପିୟା ରଥ ପ୍ରମୁଖ ଧାରଣା, ବିକ୍ଷୋଭ ଓ ଅନଶନରେ ବସି ରହିଛନ୍ତି । ସଂଧ୍ୟା ସୁଦ୍ଧା କୌଣସି ଅଧିକାରୀ ଏମାନଙ୍କ ପାଖରେ ପହଞ୍ଚିନଥିବା ଜଣାପଡିଛି । ଅନ୍ୟ ପକ୍ଷେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts