ads

Breaking News

ଶ୍ରୀ ଶ୍ରୀ ଦ୍ବିତୀକେଶ୍ୱର ମହାଦେବଙ୍କ ବିବାହ ନୀତି ସମ୍ପନ୍ନ


ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାମୁପାଟଣାଠାରେ ବିଜେ ଶ୍ରୀ ଶ୍ରୀ ଦ୍ବିତୀକେଶ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ବୈଦିକ ନୀତିରେ ସମ୍ପନ୍ନ ହୋଇଅଛି ।ପବିତ୍ର ଜ୍ୟେଷ୍ଠ ମାସ ଶୁକ୍ଳ  ପଞ୍ଚମୀ ତିଥିରେ ଶିବ ବିବାହ ଅନୁଷ୍ଠିତ ହୋଇଅଛି ।ବର ପକ୍ଷରୁ ପିତା ରୂପେ ପନ୍ତିଖାରି ଶାସନ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ କନ୍ୟା ପିତା ରୁପେ କୈବଲ୍ୟପୁରର ତ୍ରିନାଥ ମିଶ୍ର ନବଦମ୍ପତିଙ୍କ ବିବାହ କରିଥିଲେ ।ମନ୍ଦିର ପୁରୋହିତ  ରବିନାରାୟଣ କରଙ୍କ ଉପସ୍ଥିତିରେ ପ୍ରଥମ ଦ୍ଵିତୀୟ ବରଣ ,ଲବଣି ଚଉରୀ ,କନିଷ୍ଠ ବେଦି,ଶତାଅଘ୍ୟ,ହସ୍ତଗଣ୍ଠି ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।ମନ୍ଦିର ଟ୍ରଷ୍ଟି ଗୋଦାବରୀଶ ମିଶ୍ର ,କବି ପ୍ରଫୁଲ୍ଲ ମାଝୀ ,ଓଡ଼ଗାଁ ଅଂଚଳର ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ ,ଅଶୋକ କୁମାର ମହାପାତ୍ର ଏବଂ ସାରସ କୁମାର ମିଶ୍ର କିଛି ଗ୍ରାମବାସୀ ଉପସ୍ଥିତ ଥିଲେ ।ସମସ୍ତ କାର୍ଯ୍ୟ ନିରାଡ଼ମ୍ବର ଭାବେ କେବଳ ଗୋଟିଏ ଘଣ୍ଟ ଦ୍ୱାରା ସମାପନ ହୋଇଥିଲା ଏବଂ ସମସ୍ତେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରିଥିଲେ ।

ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts