ads

Breaking News

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସରପଞ୍ଚଙ୍କୁ ଦାବି ପତ୍ର ପ୍ରଦାନ


ଓଡ଼ଗାଁ/କୁରାଳ - କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକ ଡାଉନ ପରିସ୍ଥିତି ଘୋଷଣା ହୋଇଥିବା ସ୍ଥଳେ ସମସ୍ତଙ୍କର ଜୀବନ ଜୀବିକା ଠପ ହୋଇପଡିଛି ।ଏହି ଲକ ଡାଉନ ସମୟରେ ବେଶି ପ୍ରଭାବିତ ହୋଇଛନ୍ତି ଜାଗଯଜ୍ଞ ତଥା ପୂଜା କର୍ମ କରି ପରିବାର ପ୍ରତିପୋଷଣ କରୁଥିବା ବ୍ରାହ୍ମଣ ସମାଜ ।ରାଜ୍ୟର ସମସ୍ତ ବର୍ଗଙ୍କୁ କିଛି ସରକାରୀ ସହାୟତା ମିଳିଥିବା ବେଳେ ସରକାରୀ ସହାୟତାରୁ ଉପେକ୍ଷିତ ହୋଇଛନ୍ତି ବ୍ରାହ୍ମଣ ସମାଜ ।ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରାବରା ପୁରୋହିତ ତଥା ମନ୍ଦିର ପୂଜକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ସରପଞ୍ଚ ବିଳାସିନୀ ସେନାପତିଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ଉକ୍ତ ଦାବିପତ୍ରରେ ପୁରୋହିତ ତଥା ସେବା କାର୍ଯ୍ୟ କରି ପରିବାର ପୋଷୁଥିବା ବ୍ରାହ୍ମଣ ମାନଙ୍କୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରିବା କଥା ଉଲ୍ଲେଖ କରାଯାଇଛି ।
ଠିକ ସେହିପରି ସୁନାମୁଁହି ଗ୍ରାମପଞ୍ଚାୟତରେ ସରପଞ୍ଚ ମାନସ ସାହୁଙ୍କୁ ଏବଂ ସାକେରି ଗ୍ରା.ପରେ ପୁରୋହିତ ସେବାକର୍ମୀ ମାନେ ଦାବି ପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts