ads

Breaking News

କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ "ବନ୍ଦେ ଉତ୍କଳ ଜନନୀ"ଗାନ


 ଓଡ଼ଗାଁ/କୁରାଳ- ଦୀର୍ଘ ୨୦ବର୍ଷର ସଫଳ ସାଶକ, ଲୋକପ୍ରିୟ ଜନନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ ଏବଂ ଫ୍ରେଣ୍ଡସ କ୍ଲବ ଦଣ୍ଡୋରର ଯୁବ ବନ୍ଧୁ ମାନେ ଏକତ୍ରିତ ହୋଇ ପ୍ରଶାସନ, ଡାକ୍ତର, ଧାଇ, ପୋଲିସ ପ୍ରସାଶନ, ରାଜ୍ୟ ତଥା ନୟାଗଡ ଜିଲ୍ଲାର କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ "ବନ୍ଦେ ଉତ୍କଳ ଜନନୀ" ରାଜ୍ୟ ସଙ୍ଗୀତ ଗାନ କରିଥିଲେ । 
ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ ସଭାପତି ପ୍ରସନ୍ନ କୁମାର ରାଉତ ଏବଂ କୁରାଳ ପଞ୍ଚାୟତର ବିଜୁ ଯୁବବାହିନୀ ସଭାପତି  ପ୍ରଣତ କୁମାର ବିଶୋଇ   କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ସମସ୍ତ ଅଂଶଗ୍ରହଣକାରିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କରୋନା ଯୋଦ୍ଧା ଆଶା ଦିଦି ସସ୍ମିତା ବିଶୋଇ ଓ ଅଙ୍ଗନାବାଡି କର୍ମୀ ଭାଗ୍ୟଲତା ପଣ୍ଡା ଏଥିରେ ଯୋଗ ଦେଇଥିଲେ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts