ads

Breaking News

କୋଭିଡ ୧୯ ଯୋଦ୍ଧାଙ୍କୁ ସଂମ୍ମାନାର୍ଥେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ


ଓଡ଼ଗାଁ/କୁରାଳ - ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କୋଭିଡ ୧୯ ଯୋଦ୍ଧାଙ୍କ ସଂମ୍ମାନାର୍ଥେ ଓ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଆଜି ସ୍ଥାନୀୟ ମିନିଷ୍ଟାଡିୟମଠାରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସ୍ୱାତିଲେଖା ଦାସ ,ତହସିଲଦାର ବିଜୟିତା ସାମନ୍ତସିଂହାର ,ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁ ପ୍ରସାଦ ସାହୁ ,ଆର.ଏ.ଏ ସମ୍ପାଦକ ଦିବାକର ନାୟକ ,ଓଡିଶା ଜଙ୍ଗଲ ସୁରକ୍ଷା ମହାସଂଘର ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ ,ଓଡ଼ଗାଁ ଅଂଚଳର ବୁଦ୍ଧିଜୀବୀ ,ଶିକ୍ଷକ ବନ୍ଧୁ,ସାମ୍ବାଦିକ,ସରକାରୀ କର୍ମଚାରୀ,ଜନସାଧାରଣଙ୍କ ର ବହୁଳଭାବେ ଉପସ୍ଥିତି ଦେଖିବାକୁ ମିଳିଥିଲା ।ସମସ୍ତେ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ଏକ ସ୍ୱର ଏକ ମନ ନେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଓଡ଼ଗାଁ ଏନ.ଏ.ସିର ସୁଧାଂଶୁ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଠିକସେହିପରି ଓଡ଼ଗାଁ ବ୍ଲକର କୋମଣ୍ଡ ମେଟ୍ରୋ କ୍ଲବ ତରଫରୁ ନିବେଦିତା ଦାସଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।ଅନୁରୂପଭାବେ କୋରପିଠା ,ସୁନାମୁଁହି ,ଗିରିଡ଼ିପଲ୍ଲୀ,ଆଦି ଗ୍ରା.ପରେ ସରପଞ୍ଚମାନେ ସାମାଜିକ ଦୂରତା ରକ୍ଷା କରି କରୋନା ହିରୋଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts