ads

Breaking News

ଅସ୍ଥାୟି ସଙ୍ଗରୋଧ କୋଠରୀରେ ମହିଳା ପାଳିଲେ ସାବିତ୍ରୀ ବ୍ରତ


ବରୀ-ଅସ୍ଥାୟି ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗ ରୋଧ ପରିସରରେ   ୩ ଜଣ ମହିଳା  ପାଳିଲେ ସାବିତ୍ରୀ ବ୍ରତ
। ପୂରାଣ ନୁସାରେ ସ୍ୱାମୀର ଦୀର୍ଘାୟୁ ପାଇଁ ଏହି ସାବିତ୍ରୀ ବ୍ରତ  କରାଯାଇ ଥାଏ।। ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କଳା ମାଟିଆ ପଞ୍ଚାୟତର  ସରପଞ୍ଚ ସମୀର ମଲ୍ଲିକ ମହାନତା ଯୋଗୁ ଏହା ସମ୍ଭବ ହୋଇପାରିଛି। ଶୁକ୍ରବାର ଚଳିତ ବର୍ଷ ଏକ ନିଆର ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଏହି ମହିଳା ମାନେ । ନା ଥିଲା ବ୍ରାହ୍ମଣ  ନା ବାଜିଲା ଶଙ୍ଖ । ସ୍ଥାନୀୟ ସରପଞ୍ଚ  ଶ୍ରୀ ମଲ୍ଲିକ  ନୂତନ ଶାଢ଼ୀ,ଫଳ ମୂଳ ସହ ପୂଜାର ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ। ସାମାଜିକ ଦୂରତ୍ୱ  ଅବଲମ୍ବନ କରି ଭିନ୍ନ ଭିନ୍ନ ଜାଗାରେ  ଠାକୁରଙ୍କ ଫଟୋ ରଖି  ମହିଳାମାନେ ସାବିତ୍ରୀ ପୂଜା କରିଥିଲେ। ସରପଞ୍ଚଙ୍କ ଏଭଳି ମହତ୍ଵ କାର୍ଯ୍ୟକୁ ସାଧାରଣରେ ପ୍ରଶଂଶା କରାଯାଇଛି। ଅପରପକ୍ଷେ  ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖରାପ ହୋଇଯାଇଥିବା ପାଇପ ଲାଇନଙ୍କୁ ରହୁଥିବା  ପ୍ରବାସୀ ମାନେ ମରାମତି କରୁଥିବା ଦେଖିବାକୁ ମିଳିଛି।
 ବରୀ ରୁ ଦର୍ଶନ ବେହେରା

ads

Blog Archive

Popular Posts