ads

Breaking News

ପଦନ ପୁରରେ ବୋମାମାଡ ଘଟଣା,ଜଣେ ଗିରଫ


ଜଟଣୀ : --- ଗତ ଶୁକ୍ରବାର ରାତିରେ ପଦନପୁର ଠାରେ ଜାତିଆଣ ଆକ୍ଷେପ କୁ ନେଇ ଘଟିଯାଇଥିବା ବୋମାମାଡ ଘଟଣାରେ ପୁଲିସ ତଳ ଭୋଇ ସାହିର ଅଭିଯୋଗକାରୀ ମହେଶ୍ୱର ନାୟକଙ୍କୁ ଗିରଫ କରିଛି। ଲିଖିତ ଅଭିଯୋଗ ଆଧାରରେ ଜଟଣୀ ଥାନାରେ ୧୧୯/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ସେହି ଘଟଣାରେ ଅଭିଯୁକ୍ତ ପ୍ରଭାତ କୁମାର ମହାନ୍ତି (୫୮)ଙ୍କୁ ସୋମବାର ଗିରଫ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ ଯେ ଉକ୍ତ ଦିନ ରାତି ପ୍ରାୟ ୧୧ଟା ସମୟରେ ଆଶିଷ ନାୟକ, କୃଷ୍ଣ ନାୟକ ଓ ଅନ୍ୟମାନେ ପଦନପୁରରେ ଆୟୋଜିତ ଏକ ଗ୍ରାମ ମେଳଣ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ସମୟରେ କିଛି ବ୍ୟକ୍ତି ପଦନପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ସାର୍ବଜନୀନ ସ୍ଥାନରେ ଜାତିଗତ ମନ୍ତବ୍ୟ ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ବିସ୍ଫୋରକ ଫିଙ୍ଗିଥିଲେ । ଯାହା ଫଳରେ ଘଟିଥିବା ବିସ୍ଫୋରଣରେ ଆଶିଷ ନାୟକ ସହିତ ଅନ୍ୟ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୩/୨୦୨୬---୯,୫୦ Sakhigopal News,9/3/2026

ads

Blog Archive

Popular Posts