ads

Breaking News

ଦୁର୍ନୀତି ଗ୍ରସ୍ତ ନିର୍ବାହୀ ଅଧିକାରୀ ଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ



ଶରଣକୁଳ--ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଲ୍ଲୀ ପଞ୍ଚାୟତ ର ନିର୍ବାହୀ ଅଧିକାରୀ  କିଶୋର ଚନ୍ଦ୍ର ବିଶ୍ୱାଳ ଙ୍କୁ ନିଲମ୍ବିତ କରାଯାଇଛି।ସୂଚନାଯୋଗ୍ୟ, ଯେ ସରକାରୀ ଅର୍ଥ କୁ ଆତ୍ମସାତ କରିବା ସହ କରୋନା ଭଳି ବିପତ୍ତି ସମୟରେ ନିଜର ଦାୟିତ୍ୱ ସଠିକ୍ ନତୁଲାଇବା ଶ୍ରୀ ବିଶ୍ୱାଳଙ୍କୁ  ମହଙ୍ଗା ପଡିଛି। ଶ୍ରୀ ବିଶ୍ୱାଳ ଗୋଡ଼ିପଲ୍ଲୀ ପଞ୍ଚାୟତ କୁ ଆସିଥିବା ସିଏଫସି ପାଣ୍ଠିରୁ ନିଜ ଆକାଉଣ୍ଟ କୁ ୨ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଥିଲା । ଗୋଡ଼ିପଲ୍ଲୀ  ସରପଞ୍ଚ ଲିଙ୍ଗରାଜ ପାତ୍ରଙ୍କ ଅଜାଣତରେ ସରପଞ୍ଚ ଙ୍କ ଜାଲିଆତ  ଦସ୍ତଖତ କରି ଶ୍ରୀ ବିଶ୍ୱାଳ ପିଓଇ ଟଙ୍କା ହଡ଼ପ କରିଥିଲେ। ଘଟଣା ସମ୍ପର୍କରେ ସରପଞ୍ଚ ଜାଣିବାପରେ ଓଡ଼ଗାଁ ବିଡ଼ିଓ ଓ ଡିପିଓ ଙ୍କ ନିକଟରେ ଅଭିଯୋଗ କରିଥିଲେ।ଏହି ଘଟଣା କୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଓ ଡିପିଓ ରତିକାନ୍ତ ଆଚାର୍ଯ୍ୟ ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା‌। ଡିପିଓ  ପଞ୍ଚାୟତ ରେ ପହଞ୍ଚି ଘଟଣାର ଖୋଲତାଡ କରିଥିଲେ,ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱାଳ ୨ଲକ୍ଷ ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଥିଲା।ଫଳରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ନିର୍ବାହୀ ଅଧିକାରୀ ଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କୁ ନିଲମ୍ବିତ କରିଥିବାରୁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive

Popular Posts