ads

Breaking News

ଘରେ କେହି ନଥିବା ସୁଯୋଗରେ ଲୁଟ କରିଥିବା ଅଭିଯୁକ୍ତ ଗିରଫ



ଜଟଣୀ : ସ୍ଥାନୀୟ ବିକାଶ ନଗର ଅଞ୍ଚଳରେ ବସବାସ କରୁଥିବା ଏକ ପରିବାର ସଦସ୍ୟମାନେ ଘରୁ ବାହାରକୁ ଯାଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ କେହି  ଘରର ତାଲା ଭାଙ୍ଗି ଘରେ ପଶିଥିଲେ। ଘର ଭିତରେ ଥିବା ଆଲମିରା ଭାଙ୍ଗି ସୁନା ଓ ରୂପା ଅଳଙ୍କାର, ପୋଷାକ ଏବଂ ନଗଦ ୧୦,୦୦୦ ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ପୁଲିସ  ମୁଣ୍ଡିଆ ସାହି ଅଞ୍ଚଳର ଅଭିଯୁକ୍ତ ରଘୁନାଥ ଦଳେଇ (୩୪) ଓରଫ ସନାଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ପରେ ପୋଲିସ ଦ୍ୱାରା ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ପ୍ରକାଶ ଆଧାରରେ ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାର, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରି ଜବତ କରାଯାଇଥିଲା।  ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ରଘୁନାଥ ଦଳେଇ ପୂର୍ବରୁ ଜଟଣୀ ଥାନାରେ ୪ଟି ମାମଲାରେ ଜଡିତ ରହିଛନ୍ତି।ଏ ନେଇ ଥାନାରେ ୧୧୮/୨୬ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୩/୨୦୨୬---୯,୩୫ Sakhigopal News,9/3/2026

ads

Blog Archive

Popular Posts