ads

Breaking News

ବେପରୁଆ ଗାଡ଼ି ଚାଳକ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ



ଜଟଣୀ :--- ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପଡ଼ା ଛକ ନିକଟରେ ଜାତୀୟ ରାଜପଥ ଉପରେ କିଛିମାସ ତଳେ ଘାତକ ଥର ଗାଡ଼ି ଯୋଗେ ଘଟିଯାଇଥିବା ହିଟ ଆଣ୍ଡ ରନ ମାମଲା ମନରୁ ଲିଭିନଥିବା ବେଳେ ଅନରୂପ ଭାବେ ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ନାଇଜର ସମ୍ମୁଖରେ ଘଟିଯାଇଛି ଏକ ଭୟାବହ ଦୁର୍ଘଟଣା l ଘଟଣା ଘଟିଥିବା ସ୍ଥଳରେ ଉପସ୍ଥିତ ଥିବା କିଛି ଲୋକଙ୍କ କହିବା ଅନୁଯାଇ ଖୋରଧା ଦିଗରୁ ଜଟଣୀ ସହର ଅଭିମୁଖେ ଏକ ଯାତ୍ରୀବାହି ଅଟୋ ଆସୁଥିବା ବେଳେ ସେହି ଦିଗରୁ ଦ୍ରୁତ ଗତିରେ ବେପରୁଆ ଢଙ୍ଗରେ ଓଡ଼ି ୦୨ ସିଏ ୮୨୯୫ ନମ୍ବର ବିଶିଷ୍ଟ ଏକ ଟୟୋଟା କାର ପଛପଟୁ ଉକ୍ତ ଅଟୋକୁ ଧକ୍କା ଦେଇ ନିକଟରେ ଥିବା ଏକ ଖୁଣ୍ଟରେ ବାଡେଇ ହୋଇଯାଇଥିଲା l ଧକ୍କା ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ କାର ଚାଳକ ଓ ତାଙ୍କ ବନ୍ଧୁଙ୍କୁ ଉପସ୍ଥିତ ଲୋକମାନେ ଧରି ପୁଲିସର ଜିମା ଦେଇଥିଲେ l ଘଟଣା ସ୍ଥଳରେ ଅଟୋରେ ବସିଥିବା ବେଗୁନିଆ ଥାନା ଅଞ୍ଚଳର ସଂଜୁ ବେହେରା ନାମ୍ନୀ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ମମତା ବେହେରା, ସନ୍ତୋଷ କୁମାର ସାହୁ, ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଗୋପୀନାଥ ପରିଡା, ନିର୍ମଳ ପରିଡା, କୁନି ପରିଡା  ଯାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି l ପୁଲିସ ଘଟଣା ସ୍ଥଳରୁ ଦୁର୍ଘଟଣା ଗସ୍ତ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିଥିବା ବେଳେ ଦୁର୍ଘଟଣା ଘଟାଇଥିବା  ବିକାଶ ନଗର ଅଞ୍ଚଳର କୁସୁନି ପାଳଙ୍କ ପୁଅ ସୁରଜ କୁମାର ପାଳ (୨୮) ଏବଂ ବଡ଼ ନୂଆଗାଁର ବାବୁ ସିଂହଦେଓ ଙ୍କ ପୁଅ ଆଲୋକ ସିଂହଦେଓ ଦୁଇଜଣଙ୍କୁ ଥାନା ହାଜତରେ ଅଟକ ରଖିଥିବା ଖବର ମିଳିଛି l ଦୁର୍ଘଟଣା ଘଟଇଥିବା କାରର ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉଥିବା ପ୍ରତ୍ୟକ୍ଷ ଦର୍ଶିଙ୍କ ଠାରୁ ପ୍ରକାଶ l ତେବେ କାର ଚାଳକ ପରିବାରର କିଛି ରାଜନେତାଙ୍କ ସହିତ ମଧୁର ସମ୍ପର୍କ ଥିବାରୁ ଉପର ମୁଣ୍ଡରୁ ପୁଲିସକୁ ଦଫା କୋହଳ କରିବା ପାଇଁ ଚାପ ପଡିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l  ତେବେ ଥାନାଧିକାରୀ କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ l ଅନ୍ୟ ପକ୍ଷରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଏହି ଘଟଣାର ପ୍ରକୃତ ତଥ୍ୟ ଉନ୍ମୋଚନ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି l ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନାଧିକାରୀ କହିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୩/୨୦୨୬---୧୦,୧୦
Sakhigopal News,9/3/2026

ads

Blog Archive

Popular Posts