ads

Breaking News

ବିପିଏମ ଙ୍କ ନାମରେ ଲାଞ୍ଚ ଅଭିଯୋଗ ମିଥ୍ୟା ବୋଲି ସଫେଇ ଦେଲେ


ଗତକାଲି ଏକ ଓ୍ବେବ ପୋର୍ଟାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକର ଓଏଲଏମ ର ବିପିଏମ ନାମରେ ଚାକିରୀ କରେଇଦେବା ପାଇଁ ପ୍ରାର୍ଥିଙ୍କ ଠାରୁ ଟଙ୍କା ନେଇଥିବା ଖବର ପ୍ରକାଶନ ହୋଇଥିଲା । ଏହାର ସତ୍ୟାସତ୍ୟ ଜାଣିବାକୁ ଆମେ ପହଞ୍ଚି ଥିଲୁ ଓଏଲଏମ ର ବିପିଏମ ପ୍ରଦିପ କୁମାର ସିଂ ଙ୍କ ବାସଭବନରେ । ଜାନୁୟାରୀ ମାସରେ ତୁମୁଡିବନ୍ଧ ବ୍ଳକର ଝିରିପାଣି ପଞ୍ଚାୟତରେ ଏମବିକେ ବା  ମାଷ୍ଟର ବୁକ୍ କିପର ପାଇଁ ଉପଯୁକ୍ତ ପ୍ରାର୍ଥି ପାଇଁ ପରୀକ୍ଷା କରାଯାଇଥିଲା ।ଏଥିରେ ଯୋଗ୍ୟ ପ୍ରାର୍ଥି ଭାବରେ ଝିରିପାଣି ପଞ୍ଚାୟତର ନିଳାବତୀ ନାୟକ ଉତ୍ତିଣ୍ଣ ହୋଇ ଏହି ପୋଷ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଚାକିରିରେ ନିଯୁକ୍ତି ପାଇଛନ୍ତି । କିନ୍ତୁ କିଛି ମୁଷ୍ଟିମେୟ ଲୋକ ଏହାକୁ ବିରୋଧ କରିଥିଲେ ।ଏବଂ ବିପିଏମ ନାମରେ ଷଡଯନ୍ତ୍ର କରି ଟଙ୍କା ଗଣୁଥିବା ଏଡିଟିଙ୍ଗ ଫୋଟକୁ ବିପିଏମ ଲାଞ୍ଚ ନେଲେ ବୋଲି ଓ୍ବେବ ପୋର୍ଟାଲର ମିଥ୍ୟା ଖବର ପ୍ରକାଶ କରିଥିବା ବିପିଏମ ପ୍ରକାଶ କରିଛନ୍ତି ।ଏ ବିଷୟରେ ବେଲଘର ଥାନାରେ ମଧ୍ୟ କୁଚକ୍ରାନ୍ତ କାରି ତାଙ୍କ ନାମରେ ମିଥ୍ୟା  କେଶ ଦାଖଲ କରିଥିବା ବିପିଏମ କହିଛନ୍ତି । ଆଗାମି ଦିନରେ ଏହି ମିଥ୍ୟା ଖବର ବିରୋଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ କୈଣସି ଲାଞ୍ଚ କାରବାର ବା ଅନିୟମିୟତା ହୋଇ ନଥିବା କହନ୍ତି।   ଏହାର ଉଚିତ ତଦନ୍ତ କରାଯିବାକୁ ବିପିଏମ ଦାବି କରିଛନ୍ତି  ।ଏହି ଷଡଯନ୍ତ୍ରରେ କିଛି ମୁଷ୍ଟିମେୟ ଲୋକଙ୍କ ହାତଥିବା ସେ କ୍ୟାମେରା ସାମ୍ନାରେ କହିଥିବା ଜଣା ପଡିଛି   ।ମୋ ନାମରେ ମିଥ୍ୟା ଖବର ପ୍ରକାଶ କରିଥିବା ଓ୍ବେବ ପୋର୍ଟାଲ ମିଡିଆ ମୋର କୈଣସି ପ୍ରତିକ୍ରୀୟା ନେଇ ନାହାଁନ୍ତି ତଦନ୍ତ କଲେ ସତ୍ୟତା ପଦାକୁ ଆସିବ ବୋଲି କହିଛନ୍ତି ବିପିଏମ  । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts