ads

Breaking News

ଲକ୍ ଡାଉନ ସମୟରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ବୃଦ୍ଧି


ଓଡ଼ଗାଁ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଡିଭିଜନ-୧ ଉପରେ ନିର୍ଭର କରୁଥିବା ରଂଗଣିପାଟଣା ,କୁରାଳ ,ଗିରିଡିପଲ୍ଲୀ,ସୁନାମୁଁହି ,କୋମଣ୍ଡ ଏବଂ ରୋହିବାଙ୍କ ଗ୍ରାମ ପଞ୍ଚାୟତର ଲୋକଙ୍କ ମଧ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସଂଯୋଗ କାଟି ଦେଇ ବିଦ୍ୟୁତ କର୍ମଚାରୀ ମାନେ ମନଇଚ୍ଛା ବୁଲୁଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଥରେ ବିଦ୍ୟୁତ କଟିଲେ ୨ରୁ ୩ ଘଣ୍ଟା ମଧ୍ୟରେ ଆସିବାର ନାଁ ଧରୁନି । ଦିନରାତି ବିଜୁଳି ଏକ ପ୍ରକାର ଲୁଚକାଳି ଖେଳାଳି ଭଳି ପ୍ରତ୍ୟେୟ ହେଉଅଛି । ରାଜ୍ୟ ରେ କରୋନା ଯୋଗୁ ଲକ୍ ଡାଉନ କରାଯାଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ହୋଇଥିବାରୁ ଅତିଷ୍ଠ ହୋଇପଡୁଛି ଜନଜୀବନ ।ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।ଏ ବିଷୟରେ ଲାଇନ୍ସ ମ୍ୟାନଙ୍କୁ ଯୋଗାଯୋଗ କରିବାରୁ କୁରାଳ ସବଷ୍ଟେସନକୁ ଆସିଥିବା ୩୩ କେଭି ବିଜୁଳିସେବା ଅଧା ବାଟରୁ ବାହାଡ଼ଝୋଲା ହରିପୁର ଷ୍ଟ୍ରକଚରକୁ ବିଦ୍ୟୁତ ନିଆଯାଇଥିବାରୁ ଏଭଳି ସମସ୍ୟା ଘଟୁଛି ବୋଲି କହନ୍ତି । ଦୁଇଟି ଯାକ ବିଦ୍ୟୁତ ସଂଯୋଗ ଅଲଗା ଅଲଗା କନେକ୍ସନ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।
ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts