ads

Breaking News

ସ୍ୱଚ୍ଛ ଭାରତ ପାଇଖାନା ରେ ଠକେଇ ଅଭିଯୋଗ....



  ବରଗଡ଼----ଲୋକଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ ଯୋଜନା ଗୁଡିକ କାଗଜ କଲମରେ ସୀମିତ ରହିଯାଉଛି । ଯାହା ଅସାଧୁ ବିଭାଗୀୟ ଅଫିସର ତଥା  ଠିକାଦାର ମାନଙ୍କ ଠକାମିର ଶିକାର ହେଉଥିବା ଲୋକେ ଅଭିଯୋଗ କରନ୍ତି । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତର କଁଟା ତଳ ପଡାର ଠକେଇରୁ ଏହା ପ୍ରମାଣିତ ହୁଏ। ଏହି ପଡ଼ାଟି  ପାଖାପାଖି ୫୦ବର୍ଷରୁ ଉର୍ଦ୍ଧ୍ବ ହେବ ଅବସ୍ଥାପିତ ହୋଇଥିବାବେଳେ  ୬୦ବିପିଏଲ ପରିବାର ରହିଛନ୍ତି।ସରକାର ଦେଶକୁ ସ୍ୱଚ୍ଛ ଓ ସୁଦର କରିବା ପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୧୨ହଜାର ଟଙ୍କା ଦେବାର ଯୋଜନା କରିଛନ୍ତି 
। ହେଲେ ଏହି ଯୋଜନାର ଲାଭ ଏପର୍ଯ୍ୟନ୍ତ ପଡାବାସୀ ପାଇପାରି ନାହାନ୍ତି। ଓଲଟା କେତେକ ପରିବାର ଠକେଇର ଶିକାର ହୋଇଛନ୍ତି।କେତେକ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଥିବାବେଳେ ଆଉ କେତେକ ପରିବାର ଅସମ୍ପୂର୍ଣ୍ଣ ପାଇଖାନା ତିଆରି କରାଯାଇ ଯୋଜନା ବନ୍ଦ ହେଇଗଲା କହିଥିବାର ମଧ୍ୟ ଅଭିଯୋଗ ହେଉଛି।ନାମକୁ ମାତ୍ର ତିନୋଟି କାନ୍ଥ ତିଆରି କରାଯାଇଛି।ପାଇଖାନା ଟାଙ୍କି ଆଦୌ ନାହିଁ।ଟାଙ୍କି ପାଇଁ ଗର୍ତ୍ତ ହେଇଛି ସତ ଏପର୍ଯ୍ୟନ୍ତ ଟାଙ୍କି ତିଆରି ହୋଇନାହିଁ।ଯେଉଁ ପରିବାର ର ପାଇଖାନା ତିଆରି କରାଯାଇନାହିଁ ସେମାନଙ୍କୁ ନେଇ ଅନ୍ୟର ପାଇଖାନା ଗୃହ ପାଖରେ ଛିଡା କରାଇ ଫଟୋ ଉତ୍ତୋଳନ କରି ସେମାନଙ୍କ ପାଇଁ ବରାଦ ହେଇଥିବା ୧୨ହଜାର ଟଙ୍କା ଆତ୍ମସାତ କରିଛନ୍ତି ଠିକାଦାର ଓ ଅଫିସର ବୋଲି ଲୋକମାନେ କହନ୍ତି ।ପୁଣି ଅସମ୍ପୂର୍ଣ୍ଣ ହୋଇଥିବା ଏହି ପାଇଖାନାରେ ଅତି ନିମ୍ନ ମାନର ଜିନିଷ ବ୍ୟବହାର ହୋଇଛି।ଘଟଣାର ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଲୋକେ ଯୋଜନାରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ।
ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts