ads

Breaking News

ନୟାଗଡ଼ ଜିଲ୍ଲାରେ ୧୧ କରୋନା ପଜିଟିଭ ଚିହ୍ନଟ



ଓଡ଼ଗାଁ/କୁରାଳ -  ନୟାଗଡ଼ ଜିଲ୍ଲାରେ ହୁହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କର ସଂଖ୍ୟା ।ଗତକାଲି ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ସୁଦ୍ଧା ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏମାନେ ସମସ୍ତେ ସୁରାଟ ଫେରନ୍ତା ବୋଲି ଜଣାପଡିଛି । ସେଥିମଧ୍ୟରୁ ଜଣେ ସୁନାମୁଁହି ସଙ୍ଗରୋଧ ଗୃହରୁ ହୋଇଥିବା ବେଳେ ଅନ୍ୟ ୧୦ ଆକ୍ରାନ୍ତ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଥିଆପଲ୍ଲୀ ସଙ୍ଗରୋଧ ଗୃହର ବୋଲି ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପୁଲିସ ସୁରକ୍ଷା ସହ  କୋଭିଡ - ୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି 


ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts