ads

Breaking News

ବହାଡ଼ଝୋଲାରେ ସାମାଜିକ କଟକଣାକୁ ମାନୁନାହାଁନ୍ତି ସାଧାରଣ ଜନତା


ନୟାଗଡ଼ -- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବହାଡଝୋଲାରେ କରୋନା ପାଇଁ ଲାକଡାଉନ ଜାରି ଥିବାବେଳେ କୌଣସି ନୀତିନିୟମକୁ ସାଧାରଣ ଜନତା ଆଦୌ ମାନୁନାହାଁନ୍ତି। ଆଜି ବହାଡ଼ଝୋଲାରେ ଗୁରୁବାର ହାଟ ନିମନ୍ତେ ପ୍ରବଳ ଜନ ଗହଳି ପରିଲକ୍ଷିତ ହୋଇଥିଲା।ଏସବୁ ସତ୍ୱେ କେହିବି ସାମାଜିକ ଦୂରତ୍ୱ ରକ୍ଷା କରିନଥିଲେ।ପ୍ରାୟ ଅଧିକାଂଶ ବ୍ୟକ୍ତି ମୁହଁରେ ମାସ୍କ କିମ୍ବା ରୁମାଲ ବ୍ୟବହାର କରିନଥିଲେ।ସମସ୍ତ ଦୋକାନ ପାଖରେ ଲୋକମାନେ ରୁଣ୍ଡହୋଇ ଜିନିଷ କିଣୁଥିଲେ।ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ବହାଡ଼ଝୋଲା ଫାଣ୍ଡି ନିକଟରେ ହାଟ ହୋଇଥିଲେ ମଧ୍ୟ କୌଣସି ପୋଲିସ ହାଟରେ ଉପସ୍ଥିତ ଥିବାରୁ ଦେଖା ଯାଇନଥିଲା। ଯାହାକି କରୋନାକୁ ଏମାନେ ନିମନ୍ତ୍ରଣ କରୁଥିବା ପରି ଲାଗୁଥିଲା ।
 ନୟାଗଡ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts