ads

Breaking News

କାର ଧକ୍କାରେ ଜଣେ ମୃତ ଜଣେ ଆହତ

 
 ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସୁକୁଟା ପାଲି ନିକଟରେ ୫୩ନଂ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ରାସ୍ତାରେ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୁଚନା ଯୋଗ୍ୟ ଯେ  ଦୁଇଜଣ ଶ୍ରମିକ ଅତାବିରା ବୁଟୁବନ୍ଧର ଶତ୍ରୁଘ୍ନ ସାହୁ(୪୫) ଓ ଦେବାହାଲ ସଂହରା ପଡାର ନୀଳମାଧଵ ଭୁଏ(୨୫)ବର୍ଷ ସାଇକେଲ ଯୋଗେ ନିକଟରେ ଥିବା ରାଇସମିଲକୁ କାମ କରିବାକୁ ଯାଉଥିଲେ । ଏହି ସମୟରେ ପଛ ପଟୁ ଦ୍ରୁତଗାମୀ ଏକ ଅଲ୍ଟୋ କାରନଂ ଓଡି,୧୫,ସି,୦୧୪୭ ଧକ୍କା ଦେବା ଫଳରେ ଶତ୍ରୁଘ୍ନ ସାହୁ ଙ୍କ ମୃତ୍ୟୁ ଘଟିଥିବାବେଳେ ନୀଳମାଧଵ ଭୁଏ ଅଳ୍ପକେ ବର୍ତ୍ତି ଯାଇଥିଲେ।ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଶତ୍ରୁଘ୍ନର ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇ ଦେଇଥିବାବେଳେ ଅଲ୍ଟୋ ଗାଡିକୁ ଜବତ କରିଥିବା ଜଣା ପଡ଼ିଛି।
ନବୀନ ଦାଶଙ୍କ ରିପୋର୍ଟ...

ads

Blog Archive

Popular Posts