ads

Breaking News

ସଙ୍ଗରୋଧ ଗୃହରେ ଯୁବକ ମୃତ


କୁରାଳ/ଓଡ଼ଗାଁ - ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ସଙ୍ଗରୋଧ ଗୃହରେ ଜଣେ ଯୁବକଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ।ଉକ୍ତ ଯୁବକଙ୍କର ନାଁ ଭଜକୃଷ୍ଣ ବେହେରା ବୟସ (୩୨) ଏବଂ ସେ ଦୀର୍ଘ ୯ଦିନ ହେଲା ସଙ୍ଗରୋଧ ଗୃହରେ ଥିଲେ ।ଆଜି ସକାଳେ ତେଲ ଲଗାଇ ଗାଧେଇବାକୁ ଯିବା ସମୟରେ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ନିକଁଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।
ମୃତ ଯୁବକଙ୍କର ଘର ନୂଆଗାଁ ବ୍ଲକ ହରିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମର ବୋଲି ସରପଞ୍ଚ ବିନୋଦ କୁମାର ସାହୁ ସୂଚନା ଦେଇଛନ୍ତି ।
ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସରପଞ୍ଚ କହିଛନ୍ତି।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts