ads

Breaking News

ପେଣ୍ଠପଡା ସରପଞ୍ଚ ବାଣ୍ଟିଲେ ଶୁଖଲା ଖାଦ୍ୟ

ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରା ଅସହାୟ, ବାତ୍ୟା ଆଶ୍ରୟସ୍ଥଳରେ ଆଶୟ ନେଇଥିବା ଲୋକମାନଙ୍କୁ ଶୁଖଲା ଖାଦ୍ୟ ବଣ୍ଟନ କରିଛନ୍ତି ।  ଅମ୍ଫାନ ବାତ୍ୟାକୁ ଲକ୍ଷ୍ୟ କରି କିଛି ପରିବାର ଘର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ ।  ବିଶେଷ କରି ଗୋପାଳପୁର ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ବାତ୍ୟାକୁ ଲକ୍ଷ୍ୟ କରି ସେଠାରେ ଆଶୟ ନେଇଥିବା ପରିବାର ସେହିପରି ଅହମଦ୍‌ପୁର ସ୍କୁଲ, ରଙ୍ଗଣିସାହି, ଭାରତଗ୍ୟାସ, କଲେଜ, ବଡ କାଞ୍ଜିଆ, ନାୟକସାହି, ହିରୋହୁଣ୍ଡା ସୋରୁମ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ୨୫୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ଶ୍ରୀମତି ବେହେରା ବଣ୍ଟନ କରିଥିଲେ ।  ନିରୁ ବେହେରା, ଜ୍ୟୋ୍‌ତି ରଞ୍ଜନ ବେହେରା, ଦେବ ବେହେରା ଓ କାଳିଆ ବେହେରା ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


ads

Blog Archive

Popular Posts