ads

Breaking News

ଚର୍ଚ୍ଚିତ ସତ୍ୟବାଦୀ ଥାନା ନିକଟରେ ବୋମା ମାଡ଼ ଘଟଣାରେ ନାଗା ଗିରଫ

 
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ନିକଟରେ ବୋମା ମାଡ଼ ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ଏହି ଘଟଣାରେ ସତ୍ଯବାଦୀ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକ ଙ୍କ ନାମ ହେଉଛି ନାଗାର୍ଜୁନ ସେନାପତି। ତାଙ୍କ ନାମରେ ସତ୍ୟବାଦୀ ଥାନା ରେ ୧୨୦/୨୫ରେ ଏକ କେସ ରହିଥିବା ବେଳେ ଅନ୍ୟଟି ୪୪୯/୨୫ରେ ଏକ କେସ ରହିଛି। ନାଗା ଏକ କାର ଯୋଗେ ସାକ୍ଷୀଗୋପାଳ ମନ୍ଦିର ଆଡକୁ ଯାଉଥିବା ବେଳେ ବଜାର ମଧ୍ୟରେ ସତ୍ୟବାଦୀ ପୋଲିସ ଯୋଜନାବଦ୍ଧ ଭାବେ ମାଡ଼ି ବସିଥିଲା। ସନ୍ତୋଷ କୁମାର ପଣ୍ଡା ଙ୍କ ରିପୋର୍ଟ ଅନୁଯାୟୀ ସତ୍ୟବାଦୀ ପୋଲିସ କେସ ନଂ ୪୪୯/୨୫ ଦଫା ୧୨୬(୨),୨୯୬/୧୧୫(୨),୧୧୮(୧),୧୦୯(୧),୩୫୧(୨),୩(୫),ବି,ଏନ୍,ସ-୪ ବିସ୍ଫୋରଣ ଆକ୍ଟରେ ସେହି ଚର୍ଚ୍ଚିତ ବୋମା ମାଡ଼ ଘଟଣା ରେ ନାଗାକୁ ଗିରଫକରି କୋର୍ଟ ଚାଲାଣ କରିଥିବା ସତ୍ଯବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଙ୍କ ଠାରୁ ସୁଚନା ମିଳିଛି  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୩/୨୦୨୬
Sakhigopal News,12/3/2026

ads

Blog Archive

Popular Posts