ads

Breaking News

ସାତ ଦଫା ସମ୍ମଳୀତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ସାକ୍ଷୀଗୋପାଳ -----ସତ୍ୟବାଦୀ ତହସିଲଦାରଙ୍କ ଜରିଆରେ ସାତ ଦଫା ସମ୍ମଳୀତ ଏକ ଦାବୀ ପତ୍ର ଏସ. ୟୁ. ସି.ଆଇ ସତ୍ୟବାଦୀ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ରାଜ୍ୟରେ କରୋନା ରୂପକ ମହାମାରୀରୋଗ ବିରୁଦ୍ଧରେ ଲଢ଼େଇ ଜାରି ରହିଛି । ଏଥିପାଥଁ ସରକାର ଲକ ଡାଉନ ଜାରି କରିଛନ୍ତି । ଯାହା ଫଳରେ ବିଭିନ୍ନ ରାଜ୍ୟରେ ସବୁ ଠପ ହୋଇ ପଡିଛି । ଯେଉଁ ପ୍ରବାସୀ ଓଡିଆ ମାନେ ବିଭିନ୍ନ ରାଜ୍ୟରେ ଥିଲେ ସେମାନେ ଏବେ ଘର ମୁହଁ ହୋଇ ପଡିଛନ୍ତି । ଏବେ ଲକ ଡାଉନ ଶେଷ ନ ହେବାରୁ  ବାଧ୍‌୍ୟ ହୋଇ କମ୍ପାନୀ ମାନେ ସେମାନଙ୍କ ଶ୍ରମିକ ମାନଙ୍କୁ ଛାଡି  ଦେଇଛନ୍ତି । ଯାହା ଫଳରେକି ଶହ ଶହ ପ୍ରବାସୀ ଓଡିଆ ବିଭିନ୍ନ ରାଜ୍ୟରେ ପ୍ରଶାସନର ଶୀକାର ହେବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଶ୍ରମିକ ତା ପିଲାଛୁଆ ଧରି ଭୋକ ଉପାସରେ  ଚାଳି ଚାଲି ଆସୁଛନ୍ତି । କେତେକ ବସ, ଟ୍ରକ ଯୋଗେ ଆସିବା ପରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।  ଏହାକୁ ଲକ୍ଷ୍ୟ କରି ଏସ. ୟୁ. ସି.ଆଇ ସତ୍ୟବାଦୀ ଆଞ୍ଚଳିକ କମିଟି ପକ୍ଷରୁ  ପ୍ରବାସୀ ଶ୍ରମିକ ବଞ୍ଚାଅଦିବସ ଅବସରରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ସମସ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ରେଳଗାଡିରେ ଅଣାଯାଉ, ସେମାନଙ୍କୁ ରାଶନ, ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ, ୧୦ ହଜାର ଟଙ୍କା , ଚାଲି ଚାଲି ଆସୁଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇ ଦିଆଯାଉ, ଶ୍ରମିକ ମାନଙ୍କୁ ବର୍ଷ ସାରା କାମ ଦିଆଯାଉ, ଦୁର୍ଘଟଣାରେ ମୃତ ଓ ଆହତ ପ୍ରବାସୀ ଶ୍ରିମକ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଏସ. ୟୁ. ସି.ଆଇ ସତ୍ୟବାଦୀ ଆଞ୍ଚଳିକ କମିଟର ସଦସ୍ୟ  ସୁବାସ ବେହେରା ଜଣାଇଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts