ads

Breaking News

କରୋନା ପରେ ଏବେ ଅମ୍ଫାନକୁ ନେଇ ଲୋକମାନେ ଚିନ୍ତିତ

ସାକ୍ଷୀଗୋପାଳ ------- ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତରେ ଥିବା ବେଳେ ଏବେ ଅମ୍ଫାନକୁ ନେଇ ଆହୁରି ଭୟଭୀତରେ ଲୋକମାନେ ରହିଛନ୍ତି । ଗୋଟିଏ ପଟେ ଚାଷୀ କରୋନା ଯୋଗୁ ବହୁ କ୍ଷତିରେ ସହିଥିବା ବେଳେ ଏବେ ସମ୍ପୁର୍ଣ୍ଣ କ୍ଷତି କରିବାକୁ ଆଗେଇ ଆସିଛି ଅମ୍ଫାନ ବାତ୍ୟା ବୋଲି ଚାଷୀ ମାନେ କହନ୍ତି । ଲକ ଡାଉନ ଯୋଗୁ ପନି ପରିବା ଚାଷ କରିଥିବା ଚାଷୀ ମାନେ ଯେଉଁ ଅସୁବିଧାରେ ପଡିଥିଲେ ତାହା ଅଳ୍ପ ଟିକେ ସୁଧାରିବାକୁ ବସିଥିବା ବେଳେ ଏବେ ବାତ୍ୟା ଅମ୍ଫାନ ସେତେକ ଛଡାଇ ନେବାକୁ ବସିଲାଣି । ବୁଧବାର ଅପରାହ୍ନ ଠାରୁ ସାମାନ୍ୟ ବର୍ଷ ସାଙ୍ଗକୁ କୋହଳା ପବନ ବେହିବା ଆରମ୍ଭ କରିଛି । ଯେଉଁ ପରିବାର ଫନି ବାତ୍ୟାରେ ଏକମାତ୍ର ପଲିଥିନି ଖଣ୍ଡେ ପାଇଛନ୍ତି ସେମାନେ ଏବେବି ସେହି ପଲିଥିନି ତଳେ ରହିଛନ୍ତି । ସେମାନେ ଆଶା ରଖିଛନ୍ତି ଅମ୍ଫାନ ଗଲା ପରେ ସେମାନଙ୍କୁ ସେହିପରି କଳା ରଙ୍ଗର ଖଣ୍ଡେ ପଲିଥିନି ମିଳିଯିବ । ଛାତ ଘର ପରିବାରର ସଦସ୍ୟ ମାନେ  ଆମ ଘର ଆଗରେ ଠିଆ ହୋଉ ଫଟୋ ଉଠାଇ ଫନି ପରି ଅମ୍ଫାନ ଟଙ୍କା ପାଇଯିବେ । ବିଶେଷ କରି ଗୋ ପାଳକ ମାନେ ସବୁଠାରୁ ଅଧିକ ଭ୍ରଭୀତରେ ରହିଛନ୍ତି । ଫନିରେ ସେମାନଙ୍କୁ ଗହାଳ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଏବେ ଅଧିକାଂଶ ଗୋ ପାଳକ ମାନେ ଅସ୍ଥାୟୀ ଗୁହାଳ ଘର କରିଛନ୍ତି । ପବନ ହେଲେ ସେମାନେ କ’ଣ କରିବେ ଚିନ୍ତାରେ ରହିଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts