ବନ୍ଧୁକ ଦେଖାଇ ସୁନା ଚେନ ଲୁଟ,ଅଭିଯୁକ୍ତ ଗିରଫ
ବେଗୁନିଆ,------ ଗତ ଦୁଇ ମାସ ତଳେ ଜେଲରୁ ବାହାରି ପୁନଶ୍ଚ ଆତଙ୍କରାଜ ଚଳାଇଥିବା ଜଣେ ଯୁବକ ବନ୍ଧୁକ ଦେଖାଇ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ରେ ପୋଲିସ ଗିରଫ କରିଛି । ତା ନିକଟରୁ ଏକ ବନ୍ଧୁକ,ସୁନା ଚେନ ଓ ମୋବାଇଲ ଜବତ କରିଛନ୍ତି ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ଠାରୁ ପ୍ରକାଶ ।ପୋଲିସ ସୂଚନା ମୁତାବକ ବେଗୁନିଆ କାମନାସାହିର ସୁଶାନ୍ତ କୁମାର ସାହୁ ମଙ୍ଗଳବାର ଦିନ ପୂର୍ବାହ୍ନରେ ସ୍ଥାନୀୟ ବେଗୁନିଆ ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ନିକଟରେ ଘର କରି ରହିଥିବା ମାନସ ବେହେରାଙ୍କ ପୁଅ ହଟିଆ ଓରଫ ତାପସ ଏକ ବୁଦା ଉହାଡ଼ରୁ ବାହାରି ଅତର୍କିତ ଭାବରେ ବନ୍ଧୁକ ବେକରେ ଲଗାଇ ସୁନା ଚେନକୁ ଛଡାଇ ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।ସୁଶାନ୍ତ ତାଙ୍କୁ ଚିହ୍ନିପାରି ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ।ପରେ ପୋଲିସ ୩ ଗୋଟି ଟିମରେ ବିଭକ୍ତ ହୋଇ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟି ନେଇଥିବା ସୁନା ଚେନଟିକୁ ଶବର ସାହିରେ ଲୁଚାଇ ରଖିଥିବାର ପ୍ରକାଶ କରିଥିଲା । ତା ନିକଟରୁ ଏକ ବନ୍ଧୁକ, ସୁନା ଚେନ ଓ ମୋବାଇଲକୁ ଜବତ କରିଛନ୍ତି । ପୂର୍ବରୁ ସୁଶାନ୍ତ ନାମରେ ବେଗୁନିଆ ଥାନାରେ ୧୭/୧୯ରେ ଏକ ହତ୍ୟା ଉଦ୍ୟମ,୨୪୨/୧୯ରେ ଏକ ଚୋରି କେସ ଚାଲୁରହିଅଛି । ସେହିପରି ନୟାଗଡ଼ ଜିଲ୍ଲାର ଫତେଗଡ଼ ଥାନାରେ ଗାଡି ଚୋରି କେସ ମଧ୍ୟ ରହିଛି ବୋଲି ଥାନା ଅଧିକାରୀ କହିଛନ୍ତି ।

