ବାତ୍ୟା ଅମ୍ଫାନି ପାଇଁ ସ୍ଥାନାନ୍ତରିତ ହେଲେ ମହାରାଷ୍ଟ୍ରରୁ ଆସିଥିବା ଶରଣାର୍ଥୀ
ବାଲେଶ୍ବର----- କରୋନା ମୁକବିଲାରେ ପ୍ରଶାସନ ବ୍ୟସ୍ତ ଥିବାବେଳେ ଚିନ୍ତା ବଢ଼ାଇଛି ବାତ୍ୟା ଅମ୍ଫାନି । ସୁଦୁର ମହାରାଷ୍ଟ୍ରରୁ ୫୦ ରୁ ଉର୍ଦ୍ଧ୍ବ ଶରଣାର୍ଥୀ ଆସି ଖଇରା ବ୍ଲକର କୁପାରି ଓ ତୁରିଗଢିଆରେ ଲକ ଡାଉନରେ ଫସିଯାଇଥିଲେ । ଟେଣ୍ଡ ମାରି ଦୀର୍ଘ ୨ ମାସ ଧରି ରହିବା ପରେ ବାତ୍ୟା ଅମ୍ଫାନିକୁ ଲକ୍ଷକରି ବ୍ଲକ ପ୍ରଶାସନ ତରଫରୁ ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳ ସେମାନଙ୍କୁ ତୁରିଗଢିଆ ନିକଟରେ ପିତାଗଢିଆ ଅଙ୍ଗନବାଡି କେନ୍ଦ୍ର ଓ କୁପାରି ନିକଟରେ ଥିବା ଏକ ହାଇସ୍କୁଲକୁ ସ୍ଥାନାନ୍ତରିତ କରିଛନ୍ତି । ଏଥି ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି ।ଏହି ମହତ କାର୍ଯ୍ୟରେ ବିଡ଼ିଓ ଶ୍ରୀ ବଳଙ୍କୁ ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ ଓ ଯୋଗାଣ ଅଧିକାରୀ ନିରଞ୍ଜନ ସାହୁ ସହଯୋଗ କରିଥିଲେ ।ରିପୋର୍ଟ-କିଶୋର କୁମାର ବେହେରା ,ଖଇରା,ବାଲେଶ୍ୱର


