ads

Breaking News

କରୋନା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ସହାୟତ


ଧରାକୋଟ----   ଧରାକୋଟ ଅନ୍ତର୍ଗତ ଜାହାଡା ଗ୍ରାମର ଗୀତାଞ୍ଜଳି ପ୍ରଧାନ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ  ୫୫୫୫ ଟଙ୍କା ପ୍ରଦାନ କରିଥିବା ବେଳେ ତାଙ୍କ ସ୍ୱାମୀ  ଯୁବ ସମାଜ ସେବୀ ଲକ୍ଷଣ ପ୍ରଧାନ ସାନିଟାଇଜ ଓ ମାକ୍ସ ଧରାକୋଟ ବ୍ଲକ ପ୍ରଶାସନକୁ ପ୍ରଦାନ କରିଛନ୍ତି।ସେହିପରି ତାଙ୍କ କୁନି ପୁଅ ଆକାଶ ଦୀପ ପ୍ରଧାନ   ୨୦୨୦ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ତାଙ୍କ କୁନି ଝିଅ ଆସମାନ ପ୍ରଧାନ 3 ବର୍ଷ ଧରି ଘରେ ଗୋଟିଏ ଟିଣ ବାକ୍ସରେ ରଖିଥିବା ପ୍ରତିଦିନର ସଞ୍ଚିତ ଟଙ୍କା ୨୯୫୨ ଟଙ୍କାକୁ ଧରାକୋଟ ବିଡିଓଙ୍କୁ କରୋନା ମୁକବିଲା ପାଇଁ ପ୍ରଦାନ କରିଛନ୍ତି। ଏହି ସମସ୍ତ ଅର୍ଥ କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡକୁ ପଠାଯିବ ବୋଲି ଧରାକୋଟ ବିଡିଓ କହିଛନ୍ତି। କରୋନା ଯୋଦ୍ଧା ଓ ରୋଗୀ ପାଇଁ ଏହି ଅର୍ଥ ଖର୍ଚ୍ଚ ହେଲେ ଆମେ ଖୁସି ହେବୁ ବୋଲି ଏହି ବଦାନ୍ୟ ପରିବାର କହିଛନ୍ତି।
      ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts