ads

Breaking News

ଘରୋଇ ପେଶାଦାର ଯାନଚାଳକ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ


ଓଡ଼ଗାଁ- ଆଜି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଜାମୁପାଟଣା ଠାରେ ବିଜେ ଶ୍ରୀଶ୍ରୀ ଦ୍ବିତୀକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନୟାଗଡ଼ ଜିଲ୍ଲା ଘରୋଇ ପେଶାଦାର ଯାନ ଚାଳକ ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ଉପଦେଷ୍ଟା ସୁବ୍ରତ କୁମାର ସାହୁ ବୈଠକରେ ସଭାପତିତ୍ୱ କରିଥିଲେ । ସମଗ୍ର ଦେଶରେ କରୋନା ନିମନ୍ତେ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ଘରୋଇ ଚାଳକ ଯାନ ଅତି ମାତ୍ରାରେ ପ୍ରଭାବିତ ହୋଇଅଛନ୍ତି ।ସମସ୍ତ ପ୍ରକାର ସରକାରୀ ସହାୟତାରୁ ବଞ୍ଚିତ ହେବା ସହ ମାଲିକ ମାନେ  ଆର୍ଥିକ କ୍ଷତି ମଧ୍ୟ ସହିଛନ୍ତି ।ଆଜିର ବୈଠକରେ ସମସ୍ତ ଘରୋଇ ଚାଳକମାନଙ୍କୁ କୋଭିଡ ୧୯ର ଯୋଦ୍ଧାଘୋଷଣା କରିବାସହ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସଙ୍ଘ ଦାବି କରିଛି ।
ସମସ୍ତ ପ୍ରକାର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କେହି ବି ଗାଡି ନ ଚଳାଇବାକୁ ସଙ୍ଘର ବୈଠକରେ ନିଷ୍ପତ୍ତି ନିଆଯାଇଛି।ଆଜିର ବୈଠକରେ ଜିଲ୍ଲାର ୩୫୦ରୁ ଉର୍ଦ୍ଧ୍ବ ଟ୍ରକ,ବସ, ଟ୍ୟାକ୍ସି ଡ୍ରାଇଭରମାନେ ଯୋଗ ଦେଇଥିଲେ ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts