ads

Breaking News

ଘର ଭାଙ୍ଗିଲେ ଜଙ୍ଗଲି ହାତୀ ଖାଇଗଲେ ଚାଉଳ

ଯୋଡା----- ଜଙ୍ଗଲ କ୍ଷୟ ଯୋଗୁ ଏବେ ଜଙ୍ଗଲି ଜୀବଜନ୍ତୁ ସହର ମୁହାଁ । ଅନେକେ ଧନ ଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଳଦା ପଞ୍ଚାୟତ ର ଗୋବର୍ଧନ ଦେହୁରୀ ଙ୍କ  ଘରେ ହାତୀ ଆତଙ୍କ ଦେଖିବାକୁ ମିଳିଛି !ବୁଢ଼ୀ ମାଆ ସଙ୍ଗେ ପିଲା ଛୁଆ ଙ୍କୁ ନେଇ ସୋଇ ଥିବା ବେଳେ ହାତୀ ଆସି ପ୍ରଥମେ ପଣସ ଖାଇ ଥିଲେ । ଏହାପରେ ଘରକୁ ଆସି ଦାନ୍ତ ରେ ମାଟି କାନ୍ଥ କୁ ଭାଙ୍ଗି ଅସବାବ ପତ୍ର କୁ ମାଡି ଦଳି ହାଣ୍ଡି କଡେଇ ,ଗରା ,ମାଣ୍ଡିଆ କୁ ନଷ୍ଟ କରି ପି, ଡି, ଏସ, ଚାଉଳ ଖାଇ ମାଡି ଦଳି ନଷ୍ଟ କରି ଦେଇଛନ୍ତି ବୋଲି ଅଭିଯୋଗ ଛନ୍ତି । ବନ ବିଭାଗୀୟ ଅଧିକାରୀ ଫୋନ ମାଧ୍ୟମରେ ଖବର ପାଇ ରାତିରେ ସେଠାକୁ ପହଂଚି ହାତୀ ଙ୍କୁ ବାଣ ଗାଡି ଲାଇଟ ସାହାଯ୍ୟରେ ଘଉଡ଼ାଇ ଥିଲେ !ଅନେକ ଚେଷ୍ଟା ପରେ ହାତୀ ପଲ ସେଠାରୁ ଚାଲି ଯାଇଥିଲେ । ବନ ପାଳ ଅଧିକାରୀ ଙ୍କୁ ଏହାର ସୁ ତଦାରଖ କରି କ୍ଷତି ପୂରଣ  ଶ୍ରୀ ଦେହୁରୀ ଙ୍କୁ ଯୋଗାଇ ଦିଆଯାଉ ବୋଲି ଗ୍ରାମ ବାସି ଦାବି କରିଛନ୍ତି !

ରିପୋର୍ଟ :- ଗଣେଶ ଚନ୍ଦ୍ର ସାହୁ । ଯୋଡ଼ା , କେନ୍ଦୁଝର

ads

Blog Archive

Popular Posts