ads

Breaking News

ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହେଲା


ନୟାଗଡ଼ - ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି।ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪୫ ରେ ପହଞ୍ଚିଛି।ଯାହା ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଅଷ୍ଟମ ସ୍ଥାନରେ ରହିଛି । ଆଜି ଇଟାମାଟିରେ ୭ଜଣ,ଲାଠିପଡ଼ାରେ ୪ଜଣ ଏବଂ ମଧ୍ୟଖଣ୍ଡ ଅଞ୍ଚଳରେ ୨ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଓଡ଼ଗାଁ ବ୍ଲକରେ ସର୍ବାଧିକ ୨୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।ଗତକାଲି ଓଡ଼ଗାଁ ବ୍ଲକର ଓସ୍ତିଆ ସଙ୍ଗରୋଧ କେନ୍ଦ୍ରରୁ ସମସ୍ତ ଅନ୍ତେବାସୀମାନଙ୍କୁ ସୁବିଧା ଦୃଷ୍ଟିରୁ ଶରଧପୁର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ଓଡ଼ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବଂଶୀଧର ବିଶ୍ଵାଳଙ୍କ ନେତୃତ୍ୱରେ ସମସ୍ତ ଅନ୍ତେବାସୀଙ୍କୁ ଏକ ବସ ଯୋଗେ ବିଳମ୍ବିତ ରାତି ରେ ସ୍ଥାନାନ୍ତର କରାଯାଇଛି। ଆଜି ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ରାତି ସାତଟା ପରେ ସଟ୍ ଡାଉନ୍ ଆଇନକୁ କଡ଼ାକଡ଼ି କରାଯାଇଛି ।
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts