ads

Breaking News

୪୬ ଜଣ ସୁରାଟ ଫେରନ୍ତା ସଙ୍ଗରୋଧ ଗୃହରେ ରହିଲେ


ଓଡ଼ଗାଁ -  ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସାକେରି ରାହାସ ବିଦ୍ୟା ପୀଠରେ ୪୬ ଜଣ ସୁରାଟ ଫେରନ୍ତା ସଙ୍ଗରୋଧସଗୃହରେ ରହିଛନ୍ତି।
ଦୁଇଦିନ ତଳେ ଏକ ବସରେ ଗୁଜୁରାଟ ସୁରାଟରୁ ଓଡିଶାକୁ ଆସିଥିବା ଵସଟି ଗତକାଲି ମଧ୍ୟରାତ୍ରରେ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସାକେରି ଗ୍ରାମରେ ପହଞ୍ଚିଥିଲା । ସେଥିରେ ଆସିଥିବା ୪୬ ଜଣଙ୍କ ମଧ୍ୟରୁ ୩୪ ପୁରୁଷ ,୯ ମହିଳା ଏବଂ ୩ ଜଣ ଶିଶୁ ଅଛନ୍ତି । ଉକ୍ତ ୪୬ ଜଣଙ୍କ ମଧ୍ୟରୁ ଆରଡ଼ାରୁ ୩ ,ବାଣ୍ଠପୁର ୨,ଗିରିଡ଼ିପଲ୍ଲୀ ୧୧,ରବିଗାଡ଼ିଆ, କୋମଣ୍ଡ,ରଣପୁର, ସୁନାମୁଁହି ,ରୋହିବାଙ୍କ ଗ୍ରାମପଞ୍ଚାୟତ ଆଦିର ୧ ଲେଖାଁଏ ଏବଂ ଗଂଜାମ ଜିଲ୍ଲାର ଜଣେ,ନୂଆଗାଁ ବ୍ଲକର ଜଣେ ଏବଂ ସାକେରି ଗ୍ରାମର ୨୩ ଜଣ ବୋଲି ସାକେରି ସରପଞ୍ଚ ବିବେକ ପ୍ରଧାନ ସୂଚନା ଦେଇଛନ୍ତି ।
ଆବଶ୍ୟକ ପଡ଼ିଲେ ସମସ୍ତଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ନୟାଗଡ ଜିଲ୍ଲା କୋଭିଡ ୧୯ ନୋଡାଲ ଅଫିସର ଏବଂ ଡି.ଏଫ.ଓ ଧନରାଜ .ଏଚ.ଡି କହିଛନ୍ତି ।ପ୍ରତ୍ୟେକ ବ୍ୟକ୍ତି ନିଜ ବ୍ୟକ୍ତିଗତ ଖର୍ଚ୍ଚରୁ ୪୨୦୦ ଟଙ୍କା ଖର୍ଚ୍ଚ କରି ଆସିଥିବା ସୂଚନା ମିଳିଛି ।  ସୁରାଟରୁ ବାହାରିଥିବା ଏହି ବସଟି କନ୍ଧମାଳ ଜିଲ୍ଲା ଦେଇ ନୟାଗଡ଼ ଜିଲ୍ଲାର ମହିପୁର ହୋଇ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରିଥିବା ଜଣାପଡିଛି ।
କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts