ads

Breaking News

ସୁରାଟ ଫେରନ୍ତା ୧୧୪ ଜଣଙ୍କ ମଧ୍ୟରୁ ସ୍କାନିଂ ପରେ ୧୫ ଜଣକୁ ବ୍ରହ୍ମପୁର ସ୍ଥାନାନ୍ତର


 
ଧରାକୋଟ---  ପ୍ରବାସୀ ସୁରାଟ ଫେରାନ୍ତକୁ ନେଇ ୪ଟି ବସ ଆସିକାର ପହଞ୍ଚିବା ପରେ ଦୁଇଗୋଟି ବସକୁ କଡ଼ାସୁରକ୍ଷା ବଳୟ ମଧ୍ୟରେ ଧରାକୋଟ  ଆଦର୍ସ ବିଦ୍ୟାଳୟର ଛାତ୍ରୀ ନିବାସକୁ  ଅଣାଯାଇଥିଲା। ଆସିକା  ସିଡିପିଓ ସୁଯ୍ୟମଣି ପ୍ରଧାନ, ତହସିଲଦାର ସଦାନନ୍ଦ ସେଠୀ ଆସିକା ଥାନା ଅଧିକାରୀ  ପ୍ରଶାନ୍ତ କୁମାର ସାହୁ ପୋଲିସି ଫୋର୍ସ ନେଇ ସୁରକ୍ଷା ବଳୟ ମଧ୍ୟରେ ଗାଡିସହ ଆସିଥିଲେ। ସମସ୍ତ ଯାତ୍ରୀ ବସ୍ ରୁ ଓଲ୍ହାଇବା ପରେ ସେମାନଙ୍କ ସ୍କାନିଂ  କରାଯାଇଥିଲା। ସ୍କାନିଂ ପରେ ସେମାନଙ୍କ ମଧ୍ୟରୁ ୧୫  ଜଣଙ୍କୁ ଅଧିକପରୀକ୍ଷା ପାଇଁ ୪ ଟି ଆମ୍ବୁଲାନ୍ସରେ ବ୍ରହ୍ମପୁର ପଠାଯାଇଛି।ଅନ୍ୟ ୯୯ ଜଣକୁ ସ୍ଥାନୀୟ ଆଦର୍ସ ବିଦ୍ୟାଳୟରେ  ସଂଘରୋଧ ରଖାଯାଇଛି। ସରକାରୀ ଗାଇଡ଼ ଲାଇନ ହିସାବରେ ସେମାନଙ୍କ ଚିକିତ୍ସା ସହ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି। ସଂଘରୋଧ ଘର ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଧରାକୋଟ ଓ ବଡ଼ଗଡ଼ ପୋଲିସ ର ମିଳିତ ସହଯୋଗରେ ପ୍ରହରା ଦିଆ ଯାଉଛି। ଉକ୍ତ ଅଞ୍ଚଳକୁ ସର୍ବସାଧାରଙ୍କ ପ୍ରଵେଶକୁ ବାରଣ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।ଆଇନି ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କଯ୍ୟାନୁଷ୍ଠାନ ପାଇଁ ଗଞ୍ଜାମ ଜିଲ୍ଲା ପାଳଙ୍କ ନିର୍ଦେଶ ରହିଥିବା ଜଣା ପଡ଼ିଛି।ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ୯୯ଜଣ ପ୍ରବାସୀ ସୁରାଟଙ୍କ ମଧ୍ୟରେ ଜଣେ ମହିଳା ଥିବାର ଜଣାପଡିଛି। 
  ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts