ads

Breaking News

ବରୀ ପୋଲିସ ସଫେଇ କଲେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର


ବରୀ- ବରୀ ପୋଲିସ ପ୍ରଶାସନ ପକ୍ଷରୁ  ବରୀ ଗୋଷ୍ଠି  ସ୍ୱାସ୍ଥ୍ୟକେନ୍ଦ୍ର  ପରିସରକୁ ଗୁରୁବାର ସକାଳେ  ସଫା  କରାଯାଇଛି।ମହାମାରୀ କରୋନା ସମୟରେ ଦିନ ରାତି ବର୍ଷା ଓ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଖାତିର ନ କରି କ ରୋନା ଯୋଦ୍ଧା  ସାଜିଥିବା  ବରୀ ପୋଲିସ  ବୁଧବାର ଅମ୍ଫାନ ବାତ୍ୟା ପରେ  ଗୁରୁବାର ସକାଳେ ବରୀ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ପରିସର ଓ ବଃହି ବିଭାଗ, ଅନ୍ତ୍ର ବିଭାଗ କୁ ସଫେଇ କରିବା ସହ  ବିଚିଂ ପାଉଡର ପକାଇ ସାନିଟାଇଜ କରିଥିବା ଦେଖିବାକୁ ମିଳିଛି।ଏ  ମହତ୍ୱ କାର୍ଯ୍ୟ କରିଥିବାରୁ  ବୃଦ୍ଧିଜିବି ମହଲରେ ପୋଲିସ ପ୍ରଶାସନକୁ  ପ୍ରଶଂଶା କରାଯାଇଛି।  ଏହି ସଫେଇ କଯ୍ୟକ୍ରମରେ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର, ବରୀ ତହସିଲଦାର ସରୋଜକାନ୍ତ ନାୟକ ,ଏସ ଆଇ ନରଣ ଚନ୍ଦ୍ର ବେହେରା,ଏ ଏସ ଆଇ  ପ୍ରଶାନ୍ତ ଗଡନାୟକ,ଶରତ ଚନ୍ଦ୍ର ବେହେରାଙ୍କ ସହ ବରୀ ଥାନା ର ସମସ୍ତ ହାବିଲଦାର, କନେଷ୍ଟବଳ, ଗୃହରକ୍ଷୀ, ଗ୍ରାମରକ୍ଷୀ ଏବଂ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.କୌଶିକ ପାତ୍ର,ଡ଼.ଜିନ୍ନତ ଦାସ, ପ୍ରଫୁଲ ନାୟକ ଙ୍କ ସହିତ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁ କର୍ମଚାରୀ ମାନେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts