ads

Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ ମାସ୍କ ବଣ୍ଟନ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କ୍ଳବ ସତ୍ୟବାଦୀ ଲକ ଡାଉନ ସମୟରେ ବୁଲା ଗାଇ ଗୋରୁ, କୁକୁର ମାନଙ୍କୁ ଖାଦ୍ୟ ଦେଇ ବେଶ ଚର୍ଚ୍ଚିତ ହୋଇଥିଲେ । ଏପରକି ବିଭିନ୍ନ ଅନୁଷ୍ଠାନ ମାନଙ୍କର ସହଯୋଗରେ ମାସ୍କ ତିଆରି କରାଇ ଲୋକମାନଙ୍କୁ ବାଣ୍ଟି ଥିଲେ । ଏହି ଅବସରରେ ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମରେ ସାମାଜିକ କର୍ମୀ ପ୍ରମୋଦ କୁମାର ରାଉତରାୟଙ୍କ ତତ୍ୱବଧାନରେ ଆଲୋକ ଖୁଣ୍ଠିଆ, ବିକ୍ରମ କୁମାର ପାତ୍ର, ତ୍ରିନାଥ ବାରିକ ଓ ତେଫାନ ବେହେରା ପ୍ରମୁଖ ଙ୍କ ସହଯୋଗରେ ବେଣାକେରା ଗ୍ରାମରେ ମାସ୍କ ବଣ୍ଟନ କରାଯିବା ସହ କରୋନା ସମ୍ପର୍କରେ ସଚେତନତା କରାଯାଇଥିଲା ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts