ads

Breaking News

ଗୀତ ଶୁଣୁଥିବା ବେଳେ ବିଷଧର ସାପ କାମୁଡାରେ ଯୁବତୀର ମୁତ୍ୟ


ଭଞ୍ଜନଗର-ଗୀତ ନେଲା ଜୀବନ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ।ଉକ୍ତ ଗ୍ରାମର ଦାଶରଥି ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସ ଅପରାହ୍ନ ୨ଟା ସମୟରେ ବାରି ଘରେ ବସି ମୋବାଇଲିରେ ଗୀତ ଶୁଣୁଥିଲେ ।  ହଠାତ୍ ବିଷଧର ସାପ ଭକ୍ତ ଯୁବତୀର ଗୋଡକୁ କାମୁଡି ଦେବା ଫଳରେ ଯୁବତୀ ଜଣଙ୍କ ଘଟଣାସ୍ଥଳରେ ଗୁରୁତର ହେଇପଡିଥିଲେ । ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରା ଯାଇଥିଲା । ସେଠାରେ ଲକ୍ଷ୍ମୀପ୍ରିୟାକୁ ଡାକ୍ତର ମୁତ୍ୟ ଘୋଷଣା କରିଥିଲେ ।ଭଞ୍ଜନଗର ପୁଲିସ ଶବକୁ ଜବତ କରିବା ତଦନ୍ତ କରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଛି ।ଶୁକ୍ରବାର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବେଲି ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ ସୁଚନା ଦେଇଛନ୍ତି । 
ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ  

ads

Blog Archive

Popular Posts