ads

Breaking News

ହାଇୱା ଧକ୍କାରେ ମଟର ସାଇକେଲ ଚାଳକଙ୍କର ମୃତ୍ୟୁ

ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ଡେଲାଙ୍ଗ- ବହ୍ମଗିରୀ ରାସ୍ତାର  ପାଟପୁର ଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ବାଲି ବୋଝୋଇ ହାଇୱା ମଟର ସାଇକେଲ ଚାଳକଙ୍କ ଉପରେ ଚଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଷ୍ଟେସନ ପଟୁ ଓଡି, ୧୯.ଡି. ୧୦୯୯ ବାଲି ଲୋଡ କରି ହାଇୱା ଗାଡିଟି ଇନ୍ଦିପୁର ଆଡକୁ ଯାଉଥିଲା । ପାଟପୁର ଉକ ଠାରେ ଇନ୍ଦିପୁର ଆଡୁ ଆସୁଥିବା ଓଡି. ୦୨. ଏଏଫ- ୩୧୦୧ ମଟର ସାଇକେଲ ସହିତ ଧକ୍କା ହୋଇଥିଲା । ଯାହା ଫଳରେକି ମଟର ସାଇକେଲ ଚାଳକଙ୍କ ଉପରେ ଟ୍ରକ ଚକା ଚଡିଯିବାରୁ ଘଟଣା ସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ଘଟଛି । ଡେଲାଙ୍ଗ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚ ମଟର ସାଇକେଲ ନମ୍ବରକୁ ଆଧାର କରି ମୃତ୍ୟୁକଙ୍କ ପରିବାରକୁ ଖବର ଦେଇଥିବା ଥାନା ଆଇଆଇସି ରଣ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts