ଏଆଇୟୁଟିୟୁସି ଓ ଏସୟୁସିଆଇ ତରଫରୁ ମୌନ ସଭା
ଶରଣକୁଳ--ନୟାଗଡ଼ ଜିଲ୍ଲା ଶରଣକୁଳର କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏଆଇୟୁଟିୟୁସି ଓ ଏସୟୁସିଆଇ କାର୍ଯ୍ୟାଳୟ ସମ୍ମୁଖରେ ମୌନ ପ୍ରତିବାଦ ସଭା ପାଳନ ହୋଇଯାଇଛି।
ପ୍ରବାସୀ ଶ୍ରମିକ ମାନଙ୍କ ସୁରକ୍ଷା ଦାବି ଏବଂ ଶ୍ରମିକ କାନୁନ୍ କୁ ନିଷ୍କ୍ରିୟ କରିବା ବିରୋଧରେ ବିଭିନ୍ନ ସ୍ଲୋଗାନ ଲେଖା ହାତରେ ଧରି ମୈନ ସଭା ପାଳନ କରାଯାଇଥିଲା। ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷା ଦିଆଯାଉ,ମଦ ଦୋକାନ ବନ୍ଦକର,କଳା ଶ୍ରମ ଆଇନ ବାତିଲ କର,ହାତକୁ କାମ ପେଟକୁ ଭାତ ଶ୍ରମିକ କୁ ସମ୍ମାନ ଆମର ଦାବି କରିବା ସହ ସମାଜିକ ଦୂରତା ରକ୍ଷାକରି ଛିଡା ହୋଇଥିଲେ।



