ads

Breaking News

ସଙ୍ଗରୋଧ ଗୃହରେ ଥିବା ମହିଳାଙ୍କୁ ସରପଞ୍ଚଙ୍କର ସାବିତ୍ରୀ ଭାର ପ୍ରଦାନ

 କୁରାଳ/ଓଡ଼ଗାଁ- ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ।ନିଜ ସ୍ୱାମୀର ମଙ୍ଗଳ ମନାସି ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । କିନ୍ତୁ ସଙ୍ଗରୋଧ ଗୃହରେ ଥିବା ମହିଳାମାନେ କିପରି ବ୍ରତ ପାଳନ କରିବେ ଅନିଶ୍ଚିତତା ମଧ୍ୟରେ ଥିବା ବେଳେ ତାଙ୍କ ପାଇଁ ଦେବଦୂତ  ସାଜିଛନ୍ତି ମହିଳା ସରପଞ୍ଚ । କାରଣ ସେ ଜଣେ ମହିଳା । ସେ ଜାଣିଛନ୍ତି ଆମ ସଂସ୍କୃତି ଓ ଆମ ପରମ୍ପରା । ଯେପରି ସଂଗରୋଧ ଗୃହ ରେ ରହି ମହିଳା ମାନେ ପରମ୍ପରା କୁ ନ ଭୁଲନ୍ତି ।ସୂଚନା ଅନୁଯାୟୀ ଓଡ଼ଗାଁ ବ୍ଲକ କୋରପିଠା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲ୍ୟାଣି ମଣ୍ଡପ ସଙ୍ଗରୋଧ ଗୃହରେ ଥିବା ସାତ ଜଣ ମହିଳାଙ୍କୁ ସରପଞ୍ଚ କୁମୁଦିନି ସାହୁ ସାବିତ୍ରୀ ଭାର ପ୍ରଦାନ କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ।ସାବିତ୍ରୀ ଭାର ମଧ୍ୟରେ କାଠ ପାନିଆଁ ,ଶାଢ଼ୀ ,ଚୁଡି ,ବିଭିନ୍ନ ରକମର ଫଳମୂଳ ବ୍ରତର ସବୁକିଛି ଜିନିଷ ଉପଲବ୍ଧ ଥିଲା ।
ଠିକ ସେହିପରି କୁରାଳ ଅଂଚଳର ସଙ୍ଗରୋଧ ଗୃହରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ନିଜ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ କୁରାଳ ସରପଞ୍ଚ ଝିଲି ପ୍ରଧାନ ୪୮ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛନ୍ତି ।ସେ ମଧ୍ୟ ନିଜ ମାନବିକତା ଭିତ୍ତିରେ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିବା ୭ ଜଣ ମହିଳାଙ୍କୁ ସାବିତ୍ରୀ ଭାର ପ୍ରଦାନ କରିଛନ୍ତି ।
ସରପଞ୍ଚମାନଙ୍କର ଏତାଦୃଶ କାର୍ଯ୍ୟଯୋଗୁଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts