ads

Breaking News

ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ତ୍ରିଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ;ବୈରାଗୀପାଲିକୁ ହରାଇ ଚାଉଁରପୁର ବିଜୟୀ



ସମ୍ବଲପୁର,------ ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ସନାତନପାଲି ଠାରେ ଚାଲିଥିବା ତ୍ରିଦୀବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚାଉଁରପୁର ୱିନର ବୈରାଗୀପାଲି ରନର ଭାବେ ବିଜୟୀ ହୋଇଛନ୍ତି।ଗତ ୧୩ ତାରିଖରୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଦଳ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା, ଯୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ଗୁଣନିଧି ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହାକୁ ବିରୁପାକ୍ଷ ପ୍ରଧାନ ସଂଯୋଜନା କରିଥିବା ବେଳେ ଉଦଘାଟନୀ ଉତ୍ସବରେ ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ଲିଃ ର ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ ଓ ସନ୍ତୋଷ ମହାକୁଡ଼ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।କ୍ଲବର ସମସ୍ତ ସଭ୍ୟ ଖେଳ ପରିଚାଳନା କରିଥିଲେ। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୬/୩/୨୦୨୬---୫,୨୦ Sakhigopal News,16/3/2026


ads

Blog Archive

Popular Posts