ହାଇୱା ଧକ୍କାରେ ଡିଭାଇଡ଼ର ଚୁରମାର
ଜଟଣୀ : ----ପ୍ରଶାସନ ଡାଳେ ଡାଳେ ଗଲାବେଳେ ଚୋରା ଖଣି ମାଫିଆ ମାନେ ପତ୍ରେ ପତ୍ରେ ଯାଇ ସେମାନଙ୍କ କାୟା ବିସ୍ତାର କରୁଥିବା ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି l ବର୍ଷ ତମାମ ଜଟଣୀ ସହର ଚତୁର୍ପାଶ୍ୱରେ ଖଣି ଖୋଳାଯିବା ଦ୍ୱାରା ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଏକ ପ୍ରକାର ଟାପୁରେ ପରିଣତ ହୋଇଯାଇଥିବା ବେଳେ କିନ୍ତୁ ଏ ଦିଗରେ ପ୍ରଶାସନ ସମ୍ପୂର୍ଣ ନିଦାବିଷ୍ଣୁ ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି l ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଭୋର ସମୟରେ ମୋରମ ବୋଝେଇ ଓଡ଼ି ୦୨ବିକେ ୩୯୦୫ ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ବାଛରା ପାଟଣା ପଟୁ ହୋଇ ମୁଖ୍ୟ ରାସ୍ତା ଦେଇ ପିପିଲି ଅଭିମୁଖେ ଯାଉଥିବା ବେଳେ ଥାନାଠାରୁ ଅଳ୍ପ ଦୂରରେ ରାସ୍ତା ମଝିରେ ଲାଗିଥିବା ଡିଭାଇଡ଼ର ଉପରେ ହଠାତ ଚଢ଼ିଯାଇ କିଛିବାଟ ଘୋଷାଡ଼ି ହୋଇ ଲୁହା ବାଡ଼ ଗୁଡିକ ନଷ୍ଟଭ୍ରଷ୍ଟ କରିଦେଇଥିଲା l ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିଥିଲେ l ତେବେ ସକାଳ ସମୟ ହୋଇଥିବାରୁ ନିଶ୍ଚିତ ଭାବେ ଏକ ମର୍ମନ୍ତୁଦ ଜୀବନ ହାନୀରୁ ଜନସାଧାରଣ ବର୍ତ୍ତିଯାଇଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୭/୩/୨୦୨୬---୭,୧୦ Sakhigopal News,7/3/2026
