ସାଧୁ ସନ୍ଥ ଙ୍କ ବେଦମନ୍ତ୍ର ଧ୍ୱନି ସହିତ ଚବିଶ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ
ସମ୍ବଲପୁର,---- ଶହ ଶହ ସାଧୁ ସନ୍ଥ ଙ୍କ ବେଦମନ୍ତ୍ର ଧ୍ୱନି ସହିତ ଚବିଶ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଭଜନ କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସିନ୍ଦୁରପଙ୍କ କେନଘଟି ସ୍ଥିତ ଶ୍ରରାମ ବାଟିକା ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ଓ ରାଜ୍ଯ ବାହାରର ଅନୁନ୍ୟ ୨୦୦ ରୁ ଉର୍ଦ୍ଧ୍ବ ସାଧସନ୍ଥ, ନାଗାଵାବା , ବ୍ରାହ୍ମଣ ମାନେ ନିର୍ମିତ ଆଶ୍ରମରେ ଅବସ୍ଥାନ କରୁଛନ୍ତି । ଗୁରୁବାର ଅଧିବାସ ପରେ ଶୁକ୍ରବାର ସକାଳୁ ଚବିଶି ପ୍ରହରୀ ଅଖଣ୍ଡ ନାମ ଜପ ଆରମ୍ଭ ହୋଇଛି। ଏହି ଯଜ୍ଞ ସ୍ଥଳୀ କୁ ଆସୁଥିବା ପ୍ରତ୍ୟେକ ସାଧୁସନ୍ଥ ଙ୍କ ରହିବା ଖାଇବା ସହ ଉଚିତ ଯତ୍ନ ନିଆଯାଉଛି ବୋଲି ଆୟୋଜକ କମିଟି ମୁଖ୍ୟ ସିଦ୍ଧାର୍ଥ ସାହା ପ୍ରକାଶ କରିଛନ୍ତି। ଶ୍ରୀ ସାହା କହିଛନ୍ତି ଯେ ଶନିବାର ଦିନ ୧୧ ଟା ରେ ପ୍ରାୟ ଦୁଇଶହ ସାଧୁସନ୍ଥ ଇଷ୍ଟଦେବୀ ମା ସମଲେଶ୍ଵରୀ ଙ୍କ ଦର୍ଶନ କରିବା ସହ ଏକ ଭବ୍ୟ ଶୋଭାଯାତ୍ରାରେ ଦଳେଇପଡା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଆସିବେ। ଯେଉଁ ମାନଙ୍କୁ ଦେଖିବାକୁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ ସେଇଭଳି ମହାନ ସାଧୁସନ୍ଥ ଙ୍କ ଦର୍ଶନ କରିବାକୁ ଶ୍ରୀ ସାହା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଚାରି ଘଣ୍ଟା ଧରି ହେବାକୁ ଥିବା ଏହି ବିଶାଳ ଶୋଭାଯାତ୍ରାରେ ଆଇନଶୃଙ୍ଖଳା ପରିସ୍ଥିତି ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ର ସହାୟତା ନିଆଯାଇଥିବା ଶ୍ରୀ ସାହା ପ୍ରକାଶ କରିଛନ୍ତି। ଆସନ୍ତା ୧୬ ତାରିଖରେ ଚବିଶି ପ୍ରହରୀ ନାମ ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ କରାଯିବ ଓ ଏହା ପୂର୍ବରୁ ଶ୍ରୀରାମ ବାଟିକା ପରିସରରେ ସମସ୍ତ ସାଧୁ ସନ୍ଥ ମାନଙ୍କ ଏକ ଭବ୍ୟ ସେବା କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ,୧୩/୩/୨୦୨୬---୮,୨୫ Sakhigopal News 13/3/2026
