ads

Breaking News

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ୨ ମୃତ.



କନ୍ଧମାଳ ---କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକଙ୍କ ସ୍ବାମୀ ତଥା ପୂର୍ବତନ ସରପଞ୍ଚ ପ୍ରଭାକର ପ୍ରଧାନଙ୍କ ସୂଚନା ଅନୁସାରେ ୩ ଜଣ ଗ୍ରାମବାସୀ ଧନେଶ୍ୱର ପ୍ରଧାନ, କୀର୍ତ୍ତନ ବଗର୍ତ୍ତୀ ଓ ବାମଦେବ ପ୍ରଧାନ ଜଙ୍ଗଲକୁ ଯାଇଥିଲେ । ନିଜ କାମ ସାରି ଫେରୁଥିବା ବେଳେ ହଠାତ ହାତୀ ଆକ୍ରମଣ କରିଥିଲା । ୩ ଜଣଙ୍କ ମଧ୍ୟରୁ ପ୍ରାଣ ବିକଳରେ ଧନେଶ୍ୱର ପ୍ରଧାନ ଦୌଡ଼ି ପଳେଇ ଆସିଥିବା ବେଳେ ଦୁଇ ଜଣ ଦଉଡି ପାରି ନ ଥିଲେ।
ଯାହା ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଛି। କିଛି ଦିନର ବ୍ୟବଧାନ ପରେ ଗତ ଦୁଇ ଦିନ ହେବ ଆଖପାଖ ଜଙ୍ଗଲରେ ହାତୀ ଥିବା ନେଇ ଆଲୋଚନା ହେଉଥିଲା। ଆଜି ହାତୀ ଆକ୍ରମଣରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ଯାଇ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଥିବା କହିଛନ୍ତି ସ୍ଥାନୀୟ ବନ ଅଧିକାରୀ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୫/୩/୨୦୨୬--୫,୨୦ Sakhigopal News,15/372026

ads

Blog Archive

Popular Posts