ads

Breaking News

ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ; ଆତସବାଜି ପ୍ରଦର୍ଶନ ରେ କମ୍ପିଲା ପଡ଼ିଆ,ଘଣ୍ଟ ଘଣ୍ଟା, ପାରମ୍ପରିକ ବିଧିବିଧାନରେ ମଧ୍ୟରାତ୍ରୀରୁ ଜମାଣ


ଜଟଣୀ : ଜଟଣୀ ସନ୍ନିକଟ ପୁରୀ ଜିଲ୍ଲା ପିପିଲି ଡେଲାଙ୍ଗ ବ୍ଲକର ହରିରାଜପୁରର ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ  ରବିବାର ମଧ୍ୟରାତ୍ରୀରେ ଜମାଣ ଉତ୍ସବ ଆରମ୍ଭ ହୋଇଛି l ଠାକୁରଙ୍କ ବିଧିବିଧାନ ପୂର୍ବକ ଥାନପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କୁ ସୁସଜ୍ଜିତ ଦୋଳ ବିମାନରେ ପଶ୍ଚିମ ଦ୍ଵାର ଦେଇ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା, ବୁଢ଼ାବୁଢ଼ୀ ,ବଗବଗୁଳି, ଆଦି ନାଚର ତାଳେ ତାଳେ ନିଆଯାଇ ମେଳଣ ସ୍ଥଳୀରେ ଖୁଣ୍ଟି ଲାଗି କରାଯାଇଥିଲା l ଥାନପତି ପ୍ରଥମେ ମେଳଣ ପଡ଼ିଆରେ ଖୁଣ୍ଟି ଲାଗି ହେବା ପରେ 
 ଆଖପାଖ ଅଞ୍ଚଳରୁ ନିମନ୍ତ୍ରିତ ପ୍ରାୟ ୮୫ ଟି ଠାକୁରଙ୍କ ଦୋଳ ବିମାନ ମଧ୍ୟ ସମାନ ଭାବେ ଖୁଣ୍ଟି ଲାଗି ହୋଇଥିଲେ l ପ୍ରଥା ଅନୁସାରେ ଥାନ୍ତି ମେଳଣ ପଡ଼ିଆରେ ପବେଶ କରିବା ମାତ୍ରେ 
ସ୍ଥାନୀୟ ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣାକାର ଓ ମାନସିକଧାରୀ ମାନେ ନିଜନିଜର ଆତସବାଜି ପ୍ରଦର୍ଶନ କରିଥିଲେ l ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଘଣ୍ଟ ବାଦ୍ୟ ଦଳ, ଶଂଖୁଆ ଦଳ, ବିଚିତ୍ରା ଦଳ, ସଙ୍କୀର୍ତନ ଦଳ, ପାଇକ ଆଖଡା, ଅଗ୍ନିପିଣ୍ଡୁଳା ପ୍ରଦର୍ଶନ ଓ ନୃତ୍ୟ ପ୍ରଦର୍ଶନ ବେଶ ଚିତାକର୍ଷକ ହୋଇଥିଲା l ମେଳଣ ସମୟରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମ ହେବାକୁ ଥିବାରୁ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥାପନା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ଓ ଆପତ୍କାଳୀନ ସେବା ବାବଦରେ ପୁରୀ ଜିଲ୍ଲା ଏସପି ପ୍ରତୀକ ସିଂ ଗୁରୁତ୍ୱ ଦେଇଥିବାର ଦେଖିବାକୁ ମିଳିଛି । ବିଶେଷ କରି ମେଳଣ ପ୍ରାଙ୍ଗଣ ଓ ପ୍ରବେଶ–ନିଷ୍କାସନ ପଥରେ ସିସିଟିଭି କ୍ୟାମେରା ସଂସ୍ଥାପନ ଓ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ଉପରେ ଜୋର ଦିଆଯାଇଛି , ଯାହାଦ୍ୱାରା କୌଣସି ଅପ୍ରତ୍ୟାଶିତ ଘଟଣା ଘଟିଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ସେହିପରି ସ୍ୱଚ୍ଛତା ଓ ଶୌଚାଳୟ ବ୍ୟବସ୍ଥା ଉପରେ ମଧ୍ୟ ଖାସ ଧ୍ୟାନ ଦିଆଯାଇଛି ।ଭକ୍ତମାନଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ପାନୀୟଜଳ ସୁବିଧା ଓ ପରିଷ୍କାରତା ନିଶ୍ଚିତ କରିବାକୁ ମେଳଣ କମିଟି ସହ ସମନ୍ୱୟ ରଖାଯାଇଛି । ମହିଳା, ବୃଦ୍ଧ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ବିଶେଷ ପୋଲିସ ବ୍ୟବସ୍ଥା ରହିବା ସହିତ ହେଲ୍ପଡେସ୍କ ସ୍ଥାପନ ହୋଇଛି । ଅତିରିକ୍ତ ଏସପି ସଚିନ ପଟେଲ,ଏସଡିପିଓ ପିପିଲି ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଓଆଇସି ମମତା ବିଶ୍ୱାଳ ପ୍ରମୁଖ ପ୍ରତକ୍ଷ ଭାବେ ପରିସ୍ଥିତି ଉପରେ ରଖବା ସହ ସେଠାରେ ଉପସ୍ଥିତ ରହିଥିଲେ l ସେହିପରି ସନ୍ଦେହଜନକ ବ୍ୟକ୍ତି ଓ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିବା, ଏବଂ ସୋସିଆଲ ମିଡିଆ ମାଧ୍ୟମରେ କୌଣସି ଭ୍ରାମକ ସୂଚନା ପ୍ରସାର ହେଲେ  ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ଜୋର ଦେଇଛି । ୧୨ ତାରିଖ ଗୁରୁବାର ଅପରାହ୍ନ ଗୋଧୂଳି ଲଗ୍ନରେ  ଠାକୁରଙ୍କ ମେଳଣ ଉତ୍ସବ ହରିହର ଭେଟ କାର୍ଯ୍ୟକ୍ରମ ପରେ ଏହି ମେଳଣ ଉଦଯାପିତ ହେବ ବୋଲି ମେଳଣ ପରିଚାଳନା ପରିଷଦର ସମ୍ପାଦକ ତଥା ପ୍ରାକ୍ତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୩/୨୦୨୬--+୪,୨୫ Sakhigopal News,9/3/2026

ads

Blog Archive

Popular Posts