ads

Breaking News

ସରକାରୀ ଜମି ବେଆଇନ ଦଖଲ ଉଚ୍ଛେଦ ଓବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପ୍ରଶାସନ



ସାକ୍ଷୀଗୋପାଳ - - ପୁରୀ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିୟମିତ ଭାବରେ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଏସ ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ମଦ ବିକ୍ରି କରୁଥିବା ଏକ ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ପୂର୍ବାହ୍ନରେ ସତ୍ୟବାଦୀ ଥାନା ଅଧୀନ ରାୟଚକ୍ରଧରପୂର ଗ୍ରାମ ନଦୀ ବନ୍ଧ ରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ କରାଯାଇଛି। ଏହି ଉଛେଦ କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ଅର୍ପିତା ସେନାପତି ଏବଂ ସତ୍ୟବାଦୀ ଥାନା ଅଧିକାରୀ ସୌମ୍ୟରଂଜନ ମହାଲିକଙ୍କ ସହିତ ପୋଲିସ ବଳ ଉପସ୍ଥିତି ରହିଥିଲେ। ସୂଚନାନୁଯାୟୀ ନଳାମୁଣ୍ଡ ଗ୍ରାମର ପ୍ରଦୀପ କୁମାର ଭୋଇ ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରି କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା ନେଇ ଅଭିଯୋଗ ହୋଇ  ଆସୁଥିଲା। ଏହି ସୂଚନା ମିଳିବା ପରେ ପୁରୀ ଏସ ପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ପୋଲିସକୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତହସିଲ ପ୍ରଶାସନ ସହ ସମନ୍ୱୟ କରି ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି। ତଥାପି ସେ ପୁଣିଥରେ ବେଆଇନ କାର୍ଯ୍ୟ କରୁଥିବାରୁ ଏହି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି ଯେ, ନିଜ ଅଞ୍ଚଳରେ କେହି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକଳାପ କରୁଥିବା ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯଇଛି।  କୌଣସି ଆପାତକାଳୀନ ସୂଚନା ପାଇଁ ଦୟାକରି ୧୧୨ ନମ୍ବରକୁ ଡାଏଲ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୮/୩/୨୦୨୬----୫,୨୦ Sakhigopal News,8/3/2026

ads

Blog Archive

Popular Posts