୪ ବର୍ଷ ପୁଅର ଯୌନାଙ୍ଗ କାଟିଦେଲା ସାବତ ବାପା
ଫୁଲବାଣୀ ---- ଦାରିଙ୍ଗିବାଡି ଥାନା ଅଞ୍ଚଳ ରେ ଆଜି ମଦ୍ୟପାନ କରି ସାବତ ବାପା ୪ ବର୍ଷ ଶିଶୁର ଯୌନାଙ୍ଗ କାଟି ଦେଇଥିବା ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସୋନପୁର ପଞ୍ଚାୟତର ଦବେଡ଼ି ଗ୍ରାମର ରମିତା ମୁଠାମାଝୀ ସ୍ଵାମୀଙ୍କ ମୃତ୍ୟୁ ପରେ ରମିତା ଦବେଡ଼ି ଗ୍ରାମର ଜିକ୍ତ ମୁଠାମାଝୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଗୁରୁବାର ଦିନ ସ୍ତ୍ରୀ ରମିତ ମୁଠାମାଝୀ ୪ ବର୍ଷର ପୁଅ ଘରେ ଛାଡି ଗୋବର ଆଣିବାକୁ ଯାଇ ଥିଲା। ଗୋବର ଆଣି ଘରକୁ ଆସି ଦେଖିବା ବେଳେ ସ୍ବାମୀ ପୁଅର ଯୌନାଙ୍ଗ କାଟି ଦେଇଥିବା ରୁ ପୁଅର ଯୌନାଙ୍ଗ ରୁ ରକ୍ତ ବହି ଯାଉଥିବା ମାଆ ଦେଖିଥିଲା । ପିଲାଟିର ଯୌନାଙ୍ଗ କାଟି ଦେଇ ସାବତ ବାପା କାହାରି କୁ କିଛି କହି ନଥୁଲା। ପୁଅର ଅବସ୍ଥା ଦେଖି ମାଆ ସଙ୍ଗେ ସଙ୍ଗେ ପୁଅ କୁ ଦାରିଙ୍ଗବାଡି ମେଡିକାଲରେ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବା ଯୋଗୁଁ ଡାକୁର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ। ସ୍ବାମୀ ମଦ୍ୟପାନ କରି ଏସବୁ କରିଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ପଚାରିବାରୁ ସେ କହିଲେ ସ୍ୱାମୀ ଜଣେ ମଦୁଆ ଦୁର୍ଦ୍ଧାନ୍ତ ଲୋକ ବୋଲି ଭୟ କରୁଛି ସ୍ତ୍ରୀ । ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୧୩/୩/୨୦୨୬---୫,୨୫ Sakhigopal News,13/3/2026
