ads

Breaking News

ବନ୍ଧୁ ଙ୍କ ବୋଲର ଧକ୍କା ରେ ଗଲା ବନ୍ଧୁ ର ଜୀବନ :-


 କନ୍ଧମାଳ ---ସାଙ୍ଗ ନେଲା ସାଙ୍ଗ ର ଜୀବନ l ସାମାନ୍ୟ ଅସାବଧାନତା କାରଣ ରୁ ସାଙ୍ଗ ର ବୋଲର ଧକ୍କା ରେ ଚାଲିଗଲା ଅନ୍ୟ ଜଣେ ସାଙ୍ଗ ର ଜୀବନ l ବାଲିଗୁଡା ହନୁମାନ ମନ୍ଦିର ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା l ମୃତକ ସାଙ୍ଗ ବାଲିଗୁଡା ଥାନା ସିନ୍ଦ୍ରିଗାଁ ର ରାକେଶ ଦିଗାଲ ହୋଇଥିବା ଜଣା ପଡିଛି l ସୂଚନା ଅନୁଯାୟୀ ଲୁବେନଗଡ଼ ର ଜଣେ ସାଙ୍ଗ ସଲମନ ଦିଗାଲ ଅନ୍ୟ ତିନି ସାଙ୍ଗ ସହ ବାଲିଗୁଡା ଶିଶୁ ବିଦ୍ୟା ମନ୍ଦିର ରେ କାର୍ଯ୍ୟରତ ଗୁରୁଜୀ ବନ୍ଧୁ ଙ୍କୁ ଭେଟିବାକୁ ଯାଇଥିଲେ l ତେବେ ବୁଲେରୋ ଟି ପାର୍କିଂ ହୋଇ ଥିବା ବେଳେ ଚାରି ସାଙ୍ଗଙ୍କ ମଧ୍ୟରେ ଅନ୍ୟ ଜଣେ ସାଙ୍ଗ ନୂଆ କରି ଗାଡି ଚଳାଇବା କାରଣ ରୁ ଦୁର୍ଘଟଣା ଘଟିଥିବା ପୋଲିସ ତଦନ୍ତ ରୁ ଜଣା ପଡିଛି l ନୂଆ କରି ଗାଡି ଚଳାଉଥିବା ସାଙ୍ଗ ଜଣକ ହନୁମାନ ମନ୍ଦିର ନିକଟରେ ଠିଆ ହୋଇଥିବା ଅନ୍ୟ ଜଣେ ସାଙ୍ଗକୁ ବୁଲେରୋ ଧକ୍କା ଦେଇ ମନ୍ଦିର ପାଚେରୀ ରେ ପିଟିଥିଲା l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୁଲେରୋ ଧକ୍କା ରେ ପାଚେରୀ ଭୁଶୁଡିବା ସହ ରାକେଶ ସେଠାରେ ଚାପି ହୋଇଥିଲେ l ତେବେ ଗୁରୁତର ଅବସ୍ଥାରେ ରାକେଶ ଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା l ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ରାକେଶ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ବାଲିଗୁଡା ପୋଲିସ ଦୁର୍ଘଟଣା ଗସ୍ତ ବୁଲେରୋ କୁ ଜବତ କରିବା ସହ ଘଟଣା ର ତଦନ୍ତ ଜାରୀ ରଖିଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୮/୩/୨୦୨୬----୫,୧୫ Sakhigopal News,8/3/2026

ads

Blog Archive

Popular Posts