ads

Breaking News

ବାଲିଗୁଡା ମା ପାଟଖଣ୍ଡା ଠିକାଦାର ସଙ୍ଘର ବୈଠକ

                      ବାଲିଗୁଡା---- ବାଲିଗୁଡା ମା ପାଟଖଣ୍ଡା ଠିକାଦାର ସଙ୍ଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଙ୍ଘ ସଭାପତି ସ୍ଵପ୍ନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ କଲ୍ୟାଣ  ମଣ୍ଡପ ନିକଟରେ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକା କାର୍ଯ୍ୟ ସମ୍ପର୍କ ରେ ଆଲୋଚନା ହୋଇଛି | କନ୍ଧମାଳ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକ ରେ ଠିକା କାର୍ଯ୍ୟ ସଙ୍ଘ ର ଅନୁମତି ବିନା ଅନ୍ୟ ଜିଲ୍ଲା ଠିକାଦାର ମାନଙ୍କୁ ବାରଣ କରାଯାଇଛି | ଏଥିରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହିତ ପ୍ରତି ବ୍ଲକ ରୁ ତିନି ଜଣ ସଦସ୍ୟ କାର୍ଯ୍ୟକାରିଣୀ  ରେ ସାମିଲ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି|ଏଥି ସହିତ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ବାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, କ ନୂଆଗାଁ ଏବଂ  ବାଲିଗୁଡା ର ପଚାଶ ରୁ ଊର୍ଧ୍ଵ ଠିକାଦାର ଯୋଗ ଦେଇ ଥିଲେ |ମା ପାଟଖଣ୍ଡା ଠିକାଦାର ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ, ପ୍ରକାଶ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା, ଜିତୁ ପାତ୍ର, ସୁଜିତ ପାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୪/୩/୨୦୨୬---୬,୪୫ Sakhigopal News,14/3/2026

ads

Blog Archive

Popular Posts